ଓଡିଶା ଖବର
ଖଡିଆଳ ବ୍ଲକ ତୁକଲା ନିବାସୀ ଯୁବ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଅଭିଷେକ ଜଗତ ସମ୍ବଲପୁର ବିଧାନସଭା ସଂଯୋଜକ ରୂପେ ମନୋନୀତ

ନୂଆପଡା : ୧୧.୦୨.(AKN NEWS): ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ତୁକଳା ନିବାସୀ ଅଭିଷେକ ଜଗତ ଛାତ୍ର ଜୀବନ ରୁ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ରୁପେ। କାର୍ଯ୍ୟ କରିଆସୁଛନ୍ତି। ସେ ଗତ ନିର୍ବାଚନ ସହ ଦଳର ସାଙ୍ଗଠନିକ କାର୍ଯ୍ୟରେ ଲିପ୍ତ ରହି ଦଳର ତୃଣମୂଳ ସ୍ତରରେ ନିଜର କାର୍ଯ୍ୟଦକ୍ଷତା ପାଇଁ ଆଜି ସେ ସମ୍ବଲପୁର ନିର୍ବାଚନ ମଣ୍ଡଳର ସଂଯୋଜକ ଭାବରେ ମନୋନୀତ ହୋଇଛନ୍ତି। 
ତାଙ୍କ ଏହି ନୂଆଁ ଦାୟିତ୍ବ ପାଇଁ ବେଶୀ ଖୁସି ବ୍ୟକ୍ତ କରିବା ସହ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସହ ନୂଆଁ ଓଡ଼ିଶା ନବିନ ଓଡ଼ିଶା ମୁଖ୍ୟ ଭି କେ ପଣ୍ଡିଆନ ସହ ଦଳର ବରିଷ୍ଠ ନେତୃମଣ୍ଡଳୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆସନ୍ତା ୨୦୨୪ ନିର୍ବାଚନ ପ୍ରଚାର ପ୍ରସାର ସହ ନିଜ ଦାୟିତ୍ବ ରେ କଠିନ ପରିଶ୍ରମ କରିବା ପାଇଁ ନିଜେ ବଦ୍ଧପରିକର ବୋଲି ପ୍ରକାଶ କରିଛନ୍ତି।
ନୂଆପଡା ରୁ ଓମ ପ୍ରକାଶ ଚୌଧୁରୀ AKN NEWS


