ଓଡିଶା ଖବର

ମୃତକ ଉଜ୍ଜଳ ବରିହା ପରିବାରକୁ ଭେଟିଲା ଆଦିବାସୀ ସଂଘ-ଥାନାଧିକାରୀଙ୍କୁ ଭେଟି ଅପରାଧୀ ମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବୀ ଜଣେଇଲା ।

(AKN NEWS): ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ଉଜ୍ଜଳ ବରିହା ଏବଂ ଗ୍ରାମର ପ୍ରମୋଦ ବହିଦାର,ଘନଶ୍ୟାମ ଦାସ ଏବଂ ଗୌତମ ଭୁକ୍ତା ମିଶି ଗତ ତା.୭.୦୨.୨୪ରିଖ ସନ୍ଧ୍ୟାରେ ସେହି ଥାନା ଅନ୍ତର୍ଗତ ଖୁଣ୍ଟସମଳେଇ ଗ୍ରାମକୁ ଏକ ଉତ୍ସବରେ ଯୋଗଦେବା ପାଇଁ ଆସିଥିଲେ । ବିବାହ ଉତ୍ସବରେ ଯୋଗଦେଇ ଘରକୁ ପ୍ରମୋଦ ବହିଦାର,ଘନଶ୍ୟାମ ଦାସ ଓ ଗୌତମ ଭୁକ୍ତା ରାତିରେ ଫେରିଥିଲେ କିନ୍ତୁ ଉଜ୍ଜଳ ବରିହା ଘରକୁ ଫେରିନଥିଲେ । ପରିବାର ଲୋକେ ଉଜ୍ଜଳର ଫେରିବା ବିଳମ୍ବ ହେବାରୁ ଫୋନ କରିଥିଲେ କିନ୍ତୁ ଫୋନ ସ୍ୱିଚ ଅଫ ଥିଲା । ଚିହ୍ନା ପରିଚିତ ଘରେ ରହି ଯାଇଥିବେ ଭାବି ସମସ୍ତେ ଶୋଇଥିଲେ । ସକାଳ ହେଲା ଫେରିଲେ ନାହିଁ ତାପରେ ଯାହା ସହିତ ବିବାହ ଘର ଯାଇଥିଲେ ସେମାନଙ୍କ ଘରକୁ ଯାଇ ପଚାରି ବୁଝିଥିଲେ ସେମାନେ କହିଲେ ଆମ୍ଭ ସହିତ ଉଜ୍ଜଳ ଆସିଲା ନାହିଁ ସେ ଆମ୍ଭକୁ ଅଭରଟେକ କରି ଗାଡ଼ି ସ୍ପୀଡ଼ କରି ପଳେଇ ଆସିଲା ଆମେ ଆଉ ଦେଖି ନାହିଁ । ପରିବାର ଲୋକେ , ପାଖ ପଡ଼ୋଶୀ,ସମ୍ପର୍କୀୟ ଲୋକେ ଆଖ ପାଖ ଅଞ୍ଚଳ ଖୋଜାଖୋଜି କଲେ, ସମ୍ପର୍କୀୟ ଲୋକ ମାନଙ୍କୁ ଫୋନ କଲେ କିନ୍ତୁ ସନ୍ଧାନ ପାଇଲେ ନାହିଁ । ତା.୮.୦୨.୨୪ରେ ସକାଳେ ଘର ପଛ ପଟେ ଘର ଠାରୁ ୧୦୦ ମିଟର ଦୂରରେ ଥିବା ଘସିଏନ ଦେବୀ ପୀଠ ପାଖରେ ଉଜ୍ଜଳର ଗାଡ଼ି ଓ ଚପଲ ରଖା ହେଇଥିବା ଦେଖିଲେ । ଉଜ୍ଜଳ ର ବାପା ଲରମ୍ଭା ଥାନାକୁ ଆସି ଆଭିଯୋଗ କରିବାରୁ ପ୍ରଥମେ ଅଭିଯୋଗ ପତ୍ର ରଖିନଥିଲେ ଘରକୁ ଫେରିଆସି ପୁଣି ମଧ୍ୟାହ୍ନ ସମୟରେ ଥାନାକୁ ଯାଇ ଅଭିଯୋଗ ପତ୍ର ଦେଇଥିଲେ । ୧୦ତାରିଖ ସକାଳୁ ଗ୍ରାମର ଗୋପୀନାଥ ସାହୁଙ୍କ ବାଡ଼ିରେ ଥିବା ଖୁଲା କୂଅରେ ଶବ ପଡ଼ିଛି ବୋଲି ଖବର ପାଇଲେ । ସନ୍ଧାନ ପାଇ ପୋଲିସକୁ ଖବର ଦେଇଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଆସି କୂଅ ଭିତରୁ ଶବ ଉଦ୍ଧାର କରିଥିଲେ । ପରେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ଆସି ଘଟଣାର ତଦନ୍ତ କରିଥିଲେ । ଶବ ଉଦ୍ଧାର କରି ପ୍ରଥମେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପାଟଣାଗଡ଼ ଶବ ବ୍ୟବଚ୍ଛେଦ ଗୃହକୁ ଆଣି ଶବ ବ୍ୟବଚ୍ଛେଦ କରି ଶବକୁ ମୃତକ ପରିବାରକୁ ହସ୍ତାନ୍ତର କରିଥିଲେ । ପରିବାର ଲୋକ,ପିତା ଲୁଚନ ବରିହା ମୋ ପୁଅକୁ ଏବଂ ତାଙ୍କ ସ୍ତ୍ରୀ ମୋହିନୀ ବରିହା ମୋ ସ୍ୱାମୀ କୁ ପୂର୍ବ ଶତ୍ରୁତାରୁ ସାଙ୍ଗରେ ବିହା ଘର ଯାଇଥିବା ଲୋକ ଓ ଅନ୍ୟମାନେ ହିଁ ଯୋଜନାବଦ୍ଧ ଭାବେ ହତ୍ୟା କରି କୂଅରେ ପକେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୃତକ ପରିବାରବର୍ଗକୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝି ଏବଂ ଘଟଣା ଘଟିଥିବା ସ୍ଥଳକୁ ଯାଇ ତଦନ୍ତ କରିଥିଲେ । ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତକ ଉଜ୍ଜଳ ବାରିହାର ପରିବାର ନ୍ୟାୟ ପାଇବା ପର୍ଯ୍ୟନ୍ତ ଆଦିବାସୀ ସଂଘ ତୁମ ପରିବାର ସହ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପରେ ଲରମ୍ଭା ଥାନାକୁ ଆସି ଥାନାଧିକାରୀ ମନୋଜ କୁମାର ପଧାନ ସହିତ ଆଲୋଚନା କରି ଉଜ୍ଜଳ ବାରିହାର ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ଓ ମୃତକ ପରିବାରକୁ ନ୍ୟାୟ ମିଳିବା ପାଇଁ ଦାବୀ ଜଣେଇଥିଲେ । ପ୍ରତିନିଧି ଦଳରେ ସଂଘର ଗୌରାଙ୍ଗ ବରିହା, ଚନ୍ଦ୍ରମଣି ବାଗ,ହୃଷିକେଶ ଭୋଇ,ଝସକେତନ ଧରୁଆ,ରଞ୍ଜିତ ବରିହା,ପିଣ୍ଟୁ ବୁଡେକ,ଜଳ ଧରୁଆ,ସହଦେଵ ଧରୁଆ,ସାନ ଧରୁଆ ଉପସ୍ଥିତ ଥିଲେ । ଯୁଗ୍ମ ସମ୍ପାଦକ ତାଙ୍କ ପ୍ରତିକ୍ରିୟା ମାଧ୍ୟମରେ କହିଥିଲେ ଯେ ମୃତକ ଉଜ୍ଜଳ ବରିହାର ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ ନକଲେ ଆଗାମୀ ଦିନରେ ଆଦିବାସୀ ସଂଘ ଲରମ୍ଭା ଥାନା ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ପାଟଣାଗଡ଼ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!