ଓଡିଶା ଖବର

କରଣ ସମାଜ ମହିଳା ଶାଖା ତରଫରୁ ମହିଳା ଓ ଛୋଟ ଶିଶୁ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା ର ସଚେତନତା କାର୍ଯ୍ୟକ୍ରମ କରିବା ସଙ୍ଗେ ସଙ୍ଗେ ମହିଳା ମାନଙ୍କୁ ଚାଦର ଓ ଛୋଟ ଛୋଟ ଶିଶୁ ମାନଙ୍କୁ ବିସ୍କୁଟ ବଣ୍ଟନ

  1. (AKN NEWS): ତା 14.02.2024 ରିଖ ଦିନ ମା ସରସ୍ବତୀ ପୂଜାର ପୁଣ୍ୟ ତିଥି ଅବସରରେ ଶଗଡ଼l ର ଉପର କେଚୋଗୁଡା ଉପାନ୍ତ ଅଞ୍ଚଳ ରେ କରଣ ସମାଜ ମହିଳା ଶାଖା ତରଫରୁ ମହିଳା ଓ ଛୋଟ ଶିଶୁ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା ର ସଚେତନତା କାର୍ଯ୍ୟକ୍ରମ କରିବା ସଙ୍ଗେ ସଙ୍ଗେ ମହିଳା ମାନଙ୍କୁ ଚାଦର ଓ ଛୋଟ ଛୋଟ ଶିଶୁ ମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା l ତତ ସଙ୍ଗେ ପରିବେଶ କୁ ସଫା ରଖିବା, କିଛି ଔଷଧୀୟ ଗଛ ଲଗେଇବା ଯଥା ତୁଳସି ଗଛ, ଆଲୋବେରl, ନିମ୍ବ ଗଛ, ଅମୃତ ଭଣ୍ଡା, ବେଳ ଗଛ, କିଛି ପନିପରିବା ଗଛ ଇତ୍ୟାଦି ଲଗେଇବା ପାଇଁ ଓ ପିଲାମାନଙ୍କୁ ପାଠ ପଢିବା, ସଂସ୍କାର, ଓ ନିଜକୁ କିପରି ସଫା ସୁତୁରା ରଖିବେ ସବୁ ବିଷୟରେ ସଚେତନତା କରା ଜରାଯାଇଥିଲା l ପରେ ପରେ ଆଜି ଦିନରେ ଆମ ଭାରତ ମାତା ର ଫୁଲବାମା ଠାରେ କିଛି ଯବାନ ସହିଦ ହେଇ ଯାଇଥିଲେ l ତାଙ୍କର ଅମର ଆତ୍ମା ର ଶାନ୍ତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା l କରଣ ସମାଜ ମହିଳା ଶାଖା ର ସଭାପତି ସୁଶ୍ରୀ ସବିତା ପଟ୍ଟନାୟକ ଙ୍କ ଅଧକ୍ଷତା ରେ ଦମୟନ୍ତୀ ଦାସ,ସୁଶ୍ରୀ ସଂଘମିତ୍ରା କାନୁନଗୋ, ବସନ୍ତମଞ୍ଜରୀ ପଟ୍ଟନାୟକ,ରଜତ ଵାଲା ଦାସ, ସରୋଜl

ମହାନ୍ତି, ମମତା ପଟ୍ଟନାୟକ, ମାଧୁରୀ ପଟ୍ଟନାୟକ,ପ୍ରୀତି ପଟ୍ଟନାୟକ ସୁପ୍ରଭା ପଟ୍ଟନାୟକ ଯୋଗ ଦେଇ ଥିବା ବେଳେ “ଇକଲ” ସଂସ୍ଥା ତରଫରୁ ମୁନା, ପ୍ରଶାନ୍ତ ଯୋଗ ଦେଇଥିଲେ l ପରିଶେଷ ରେ ଜ୍ୟୋତି ରାଣୀ ଦାସ ଧନ୍ୟବାଦ ଦେଇଥିଲେ l

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!