ଓଡିଶା ଖବର
ଜିଲ୍ଲାପାଳଙ୍କ ଦ୍ଵାରା କବିତା ସଂକଳନ ଲୋକାର୍ପିତ

(AKN NEWS): ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପିକା ଡ଼ଃ ଗୀତାଶ୍ରୀ ପ୍ରିୟମ୍ବଦାଙ୍କ ନବମ କବିତା ସଙ୍କଳନ “ଅସରନ୍ତି ଆସକ୍ତି ” ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଦ୍ଵାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଲୋକର୍ପିତ ହୋଇଯାଇଛି । ଉକ୍ତ ଅବସରରେ ବରିଷ୍ଟ ସାମ୍ବାଦିକ, ଗାଳ୍ପିକ ତଥା ନାଟ୍ୟକାର ମାୟାଧର ସରାଫ , ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ସୂର୍ଯ୍ୟକାନ୍ତ ଠାକୁର , ଅଧ୍ୟାପକ ଗୁଣବନ୍ତ ସାହୁ ,ଅଧ୍ୟାପକ ତଥାଗତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏକ କବିତା ସଙ୍କଳନରେ ସର୍ବମୋଟ ୬୦ଟି କବିତା ଅଛି ।ଡ଼ଃ ପ୍ରିୟମ୍ବଦାଙ୍କ ଏତାଦୃଶ୍ୟ ସାରସ୍ଵତ ସଫଳତା ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ,ସମସ୍ତ ଅଧ୍ୟାପକ/ଅଧ୍ୟାପିକା ସହକର୍ମୀ ତଥା ଖଡ଼ିଆଳ, ନୂଆପଡାର ଶୁଭେଛୁମାନେ ଶୁଭ କାମନା ଓ ଶୁଭେଚ୍ଛା ଜଣାଇଥିଲେ ।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


