ଓଡିଶା ଖବର

ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ୱର 7/9 ରେ ସଡ଼କ ଉପରେ ପାଇପ ଫାଟି ଜଳ ପ୍ରବାହିତ, ସଡ଼କ ଅବସ୍ଥା ଶୋଚନୀୟ

(AKN NEWS): ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ୱର ୭ ରେ ସଡ଼କ ଉପରେ ପାଇପ ଫାଟି ଜଳ ପ୍ରବାହିତ ହେଉଅଛି। ଫଳରେ ଅନେକ ଦିନ ବର୍ଷା ମାସ ଭଳି ସଡ଼କ ଉପରେ କାଦୁଅ ପିଚ୍ ପିଚ୍ କରୁଅଛି। ଅନେକ ସ୍ଥାନ ରେ ଖାଲ ଖମାର ପରିପୂର୍ଣ ହୋଇଥିବା ବେଳେ ଯାତାୟତ ସମସ୍ୟା ଦେଖାଯାଉଛି। ସଡ଼କ ଅବସ୍ଥା ଶୋଚନୀୟ। ନିର୍ମାଣ ଅପେକ୍ଷା ରେ ସଡ଼କ ମଧ୍ୟ ଆଶା ହିନ ହୋଇ ବସିଛି। କେଉଁଠାରେ ପେଭବ ବ୍ଲକ ନିର୍ମାଣ ତ, କେଉଁଠାରେ କଂକ୍ରିଟ ଏବଂ ଅନ୍ୟ କେଉଁଠାରେ ପିଚୁ ସଡ଼କ ନିର୍ମାଣ ହୋଇଅଛି। ଖଡିଆଳ ଏନ୍ ଏ ସି ର ୱାର୍ଡ ନମ୍ୱର 7 ଲାଲସହେବ ପଡ଼ା ଏବଂ ୱାର୍ଡ ନମ୍ୱର9 ଧୋବାପଡ଼ା ସଡ଼କ ଅତି ଶୋଚନୀୟ ଅଟେ। ଏହାକୁ ନିର୍ମାଣ ନେଇ ଅର୍ଥ ବରାଦ ହୋଇଥିବା ବେଳେ ନିର୍ମାଣ କେଉ ବିଭାଗ କରିବା ନେଇ ପ୍ରଶ୍ନବାଚୀ। ସଡ଼କ ଦ୍ୱୟ କୁ ଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ କୁ ହସ୍ତାନ୍ତର କରିଥିବା କଥା ଉଠି ଥିବା ବେଳେ ସରକାରୀ କାଗଜାତ ହସ୍ତାନ୍ତର ହୋଇନଥିବା ଜଣାପଡିଛି। ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!