ଓଡିଶା ଖବର

ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ

ପୁରୀ ୧୫/୨(AKN NEWS): କର୍ମକ୍ଷେତ୍ରରେ ମହିଳା କର୍ମଚାରୀ ଯଦି ଅସଦାଚରଣ ର ଶୀକାର ହେଉଛନ୍ତି ତେବେ ତାହାକୁ ଯଥା ଶିଘ୍ର ପ୍ରତିରୋଧ କମିଟି କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ସମାଜ କଲ୍ୟାଣ ବିଭାଗ ପକ୍ଷରୁ ମହିଳା ମାନଙ୍କ ପ୍ରତି କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି ମହିଳା ଓ ପୁରୁଷ ସମାଜର ଦୁଇ ଅଙ୍ଗ।ସେମାନଙ୍କ ପ୍ରତି ସମାନ ଭାବନା ଓ ଅଧିକାର ସମ୍ବିଧାନ ପ୍ରଦାନ କରିଛି।ତେଣୁ କର୍ମ କ୍ଷେତ୍ରରେ ମହିଳା କର୍ମଚାରୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ।ଯଦି କୌଣସି ଠାରେ ଏହାର ବ୍ୟତିକ୍ରମ ହେଉଛି ଓ ମହିଳା କର୍ମଚାରୀ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ତେବେ ସେମାନଙ୍କ ପାଇଁ ଗଠିତ କମିଟି ଯେଉଁ ଥିରେ କି ମହିଳା ହିଁ ଅଧ୍ୟକ୍ଷ ରହିଥାନ୍ତି ସେଠାରେ ଅଭିଯୋଗ କରି ଉପଯୁକ୍ତ ନ୍ୟାୟ ପାଇବା ପାଇଁ ସେ ଅନୁରୋଧ କରିଥିଲେ।ଆଇନଜୀବୀ ମୋହନ ଜେନା,ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଜିତ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇ ବିସ୍ତୃତ ଆଲୋଚନା ମାଧ୍ୟମରେ ମହିଳା କର୍ମଚାରୀ ମାନେ ସେମାନଙ୍କ ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ ହେବାକୁ ଆହ୍ୱାନ ଦେବା ସହ ଅନ୍ୟାୟ କ୍ଷେତ୍ରରେ ନୀରବ ନ ରହି ତାହାର ମୁକାବିଲା ପାଇଁ ରହିଥିବା ବ୍ୟବସ୍ଥା କୁ ଉପଯୋଗ କରିବାକୁ ଅନୁରୋଧ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ସମସ୍ତଙ୍କୁ ସ୍ୱାଗତ କରିବା ସହ କର୍ମଶାଳାର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଏଥିରେ ବିଭିନ୍ନ ବିଭାଗର ଅଧିକାରୀ,କମିଟିର ସଦସ୍ୟ,ଏନଜିଓ ପ୍ରତିନିଧି ମାନେ ଯୋଗ ଦେଇଥିଲେ।ଶେଷରେ ପ୍ରୋଗ୍ରାମ ଅଧିକାରୀ ଶର୍ମିଷ୍ଠା ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!