ଓଡିଶା ଖବର

ବାର୍ଦ୍ଧକ୍ଯ, ବିଧବା, ଅବିବାହିତା ଓ ଭିନ୍ନକ୍ଷମମାନଙ୍କୁ ମଧୁବାବୁ ପେନସନ୍ ଓ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ଭତ୍ତା ୫୦୦, ୭୦୦ ଓ ୯୦୦ଟଙ୍କାରେ ପରିବାର ଭରଣପୋଷଣ କରିବା କଷ୍ଟକର

(AKN NEWS): ବାର୍ଦ୍ଧକ୍ଯ, ବିଧବା, ଅବିବାହିତା ଓ ଭିନ୍ନକ୍ଷମମାନଙ୍କୁ ମଧୁବାବୁ ପେନସନ୍ ଓ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ଭତ୍ତା ୫୦୦, ୭୦୦ ଓ ୯୦୦ଟଙ୍କାରେ ପରିବାର ଭରଣପୋଷଣ କରିବା କଷ୍ଟକର ହୋଇପଡୁଥିଲା। ତେଣୁ ରାଜ୍ଯର ବିଭିନ୍ନ ମହଲରୁ ଭତ୍ତା ବ୍ରୁଦ୍ଧି ନିମନ୍ତେ ଦାବି ହେଉଥିବା ବେଳେ ଗତ ୦୨/୦୨/୨୦୨୪ରେ କଳାହାଣ୍ଡି ଜିଲ୍ଲାରେ ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ହିତାଧିକାରୀ ପହଞ୍ଚି ଜିଲ୍ଲାପାଳ ଅଫିସ୍ ଘେରାଉ କରିବା ସହିତ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ୩ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା। ତା ପରେ ରାଜ୍ଯ ସରକାର ଗତ ୧୦/୦୨/୨୦୨୪ ରେ ସବୁ ବର୍ଗରେ ମାତ୍ର ୫୦୦ଟଙ୍କା ବ୍ରୁଦ୍ଧି କଲେ ଯାହା ଏବେ କଳାହାଣ୍ଡି ଜିଲ୍ଲାରେ ଅସନ୍ତୋଷର ବାତାବରଣ ଖେଳିଯାଇଛି। ତେଣୁ ଆଜି ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ଏହି ମହଙ୍ଗା ଦୁନିଆରେ ଗରିବ ଓ ଅସହାୟମାନେ ମାତ୍ର ୧୦୦୦ଟଙ୍କାରେ ବଞ୍ଚିବେ କେମିତି ବୋଲି ପ୍ରଶ୍ନ କରିବା ସହ ସରକାର ପୁଣି ଥରେ ୧୦୦୦ରୁ ୨୫୦୦ଟଙ୍କା, ୧୨୦୦ ଓ ୧୪୦୦କୁ ୩୦୦୦ଟଙ୍କା କରିବା ଏବଂ ସମସ୍ତ ଭତ୍ତାଧିକାରୀଙ୍କୁ ସମ୍ପୁର୍ଣ୍ଣ ମାଗଣା ଚିକିତ୍ସାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି। ଯଦି ୧୫ଦିନ ଭିତରେ ସରକାର ନ ଚିନ୍ତା କରନ୍ତି ତା ହେଲେ ପୁଣି ଥରେ ଆନ୍ଦୋଳନ କରାଯିବ ବୋଲି ରୋକଠୋକ୍ ଶ୍ରୀ ପଣ୍ଡା କହିଛନ୍ତି । ଏବଂ ସରକାର ଉପରେ ଚାପ ସ୍ରୁଷ୍ଟି କରିବା ପାଇଁ ସମସ୍ତ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିବା ସହ ଆଗାମୀ ନିର୍ବାଚନରେ ନିଜ ନିଜ ନିର୍ବଚନୀ ଇସ୍ତହାରରେ ୩ଟି ଦାବିକୁ ସାମିଲ କରିବା ପାଇଁ କହିଛନ୍ତି।

ନିରୋଦ କୁମାର ରାଉତ, କବିତା ରାଉତ, ଲିଙ୍ଗରାଜ ପ୍ରଧାନ, ମନ୍ଦାକିନୀ ବାଣୁଆ, କ୍ଷିରୋଦ କୁମାର ନାଗ, ଯୋଗେଶ୍ୱରୀ ଧଙ୍ଗଡା ମାଝୀ, ପଞ୍ଚୁ ସାହୁ, ସୌମ୍ୟରଂଜନ କର, ଶିବାନୀ ଶଂକର ଭୋଇ, ଅଜୟ ରାଉତ, ରଞ୍ଜିତ ପଣ୍ଡା, ତିରବତୀ ମାଝୀ, ହୀରା ରାଉତ, ସରୋଜିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!