ଓଡିଶା ଖବର

ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ପୁରୀ ଜିଲ୍ଲା ପାଇଁ ଲକ୍ଷ୍ମୀ ବସର ଲୋକାର୍ପଣ ଲକ୍ଷ୍ମୀ ବସ ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ରେ ସହାୟକ ହେବ

ପୁରୀ ୧୬/୨(AKN NEWS):ଆଜି ଅପରାହ୍ନ ରେ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲକ୍ସ ଠାରେ ପୁରୀ ଜିଲ୍ଲା ପାଇଁ ଲକ୍ଷ୍ମୀ ବସର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ ସାଧାରଣ ଲୋକ ମାନଙ୍କ ଜୀବନ ଜୀବିକା ପାଇଁ ଏକ ବଡ ଉପଲବ୍ଧି ଓ ସହଯୋଗ ଦେଇ ପାରିବ ବୋଲି କହିଥିଲେ।ସବୁ ବର୍ଗର ଲୋକ ମାନେ ଏହା ଦ୍ଵାରା ଉପକୃତ ହେବା ସହ ନିଜ ଆର୍ଥିକ ଅଭିବୃଦ୍ଧି କରି ପାରିବେ ବୋଲି କହିଥିଲେ।ଗାଁ ଲୋକ କମ ଖର୍ଚ୍ଚ ରେ ଲକ୍ଷ୍ମୀ ବସରେ ଦୈନନ୍ଦିନ ସୁବିଧା ରେ କାର୍ଯ୍ୟ ପାଇଁ ଯାତାୟତ କରିପାରିବେ।୫ ଟି ଉପକ୍ରମରେ ଚାଲୁଥିବା ଲକ୍ଷ୍ମୀ ବସ ରାଜ୍ୟର ସମସ୍ତ ଜିଲ୍ଲାରେ ଫ୍ରେବୃୟାରୀ ସୁଦ୍ଧା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଲକ୍ଷ୍ମୀ ବସ ସାରା ରାଜ୍ୟର ସମ୍ପତ୍ତି ଓ ଆପଣ ମାନଙ୍କର ସମ୍ପତ୍ତି।ଏହା ଜନସାଧାରଣ ଙ୍କ ସମୃଦ୍ଧି ର ବାହକ।ନିଜ ସମ୍ପତ୍ତି ପରି ଏହାର ରକ୍ଷଣାବେକ୍ଷଣ ପାଇଁ ସେ ଅନୁରୋଧ କରିଥିଲେ।

ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା ମୁଖ୍ୟମନ୍ତ୍ରୀ କମ କୁହନ୍ତି ଓ କାର୍ଯ୍ୟ ରେ ବେଶି କରି ଦେଖାନ୍ତି ବୋଲି କହିଥିଲେ।ମଧୁବାବୁ ପେନସନ ଯୋଜନା ଓ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ର ହିତାଧିକାରୀଙ୍କୁ ସହାୟତା ରାଶି ବୃଦ୍ଧି କରି ସେ ସମସ୍ତ ଙ୍କ ର ପ୍ରିୟ ଭାଜନ ହୋଇ ପାରିଛନ୍ତି ବୋଲି କହିବା ସହ ଗମନାଗମନ କ୍ଷେତ୍ରରେ ଲକ୍ଷ୍ମୀ ବସ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କ୍ରୀଡା ଓ ଯୁବ ସେବା, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା,ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଜିଲ୍ଲା ପରିଷଦର ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଓ ଲକ୍ଷ୍ମୀ ବସର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ।

ଜିଲ୍ଲା ପାଇଁ ୪୪ ଗୋଟି ବସର ଲୋକାର୍ପଣ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କରାଯାଇଥିଲା। କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାଶୀଷ ପଟ୍ଟନାୟକ, ଆରଟିଓ ରବିନ ପଟ୍ଟନାୟକ ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!