ଓଡିଶା ଖବର

ବିଜେପୁର ବିଜେପି ପ୍ରାର୍ଥୀଘ୍କ ମାରାଥନ ପ୍ରଚାର ଭୋଟ ନେଇ ଭଣ୍ଡାଇ ଦେଲା ବିଜେଡି

(AKN NEWS): ନାମାଂକନ ପତ୍ର ଦାଖଳ ପରେ ବିଜେପୁର ବିଜେପି ପ୍ରାର୍ଥୀ ସନତ କୁମାର ଗଡତିୟାଙ୍କ ମାରାଥନ ପ୍ରଚାର।ଗାଇସିଲାଟ ବ୍ଲକ ଚାଣ୍ଟିପାଲି ଗ୍ରାମପଂଚାୟତରେ ପ୍ରଚାର ଅଭିଯାନ କରିଥିଲେ। ବିଭିନ୍ନ ଗ୍ରାମରେ ଜନତାର ଅଭିଯୋଗ ଭୋଟ ନେଇ ଭଣ୍ଡାଇ ଦେଲା ବିଜେଡି , ବିକାଶର ପ୍ରତିଶୃତିଦେଲା ପାଳନ କଲାନି , ସମସ୍ୟାର ସମାଧାନ କରିବା ଦୂରେଥାଉ ଜଟିଳ କରିଦେଲା ସମମ୍ୟା । ଏମିତି ମତ ରଖିଲେ ଜନତା । ଭୂନ୍ଦୁବାହାଲ ଠାରେ ମା କରମସାନି . ମା ଦକ୍ଷିଣକାଳି ଦେବଦେବ ମହାଦେବଙ୍କ ନିକଟରେ ପୂଜା ଅର୍ଚ୍ଚନା ପରେ ଭୂନ୍ଦୁବାହାଲ . ପତ୍ରାପାଳି . ଭଗତପୁର ଓ କେର୍ମେଲି ଠାରେ ନିର୍ବାଚନି ସଭା କରିଥିଲେ ସନତ କୁମାର ଗଡତିୟା । ମୋଦୀଙ୍କ ଗ୍ୟାରେଣ୍ଟି ଓ ଜନକଲ୍ୟାଣକାରି ଯୋଜନା କିଭଳି ଜନତାର ବିକାଶ କରିବାରେ ସହାୟକ ହେବ । କେନ୍ଦ୍ରସରକାରଙ୍କ ଲୋକାଭିମୁଖି ଯୋଜନା କିଭଳି ବିକସିତ ଭାରତ କରିବାରେ ସମର୍ଥ ଗେବ ତାହା ବୁଝାଇ ଡବକ ଇଂଜିନ ସରକାର କରିବାକୁ ଜନତାକୁ ନିବେଦନ କରିଥିଲେ । ଆଗାମୀ ୨୯ ତାରିଖ ସିନ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ୨ଟି ଭୋଟ ପଦ୍ମଫୁଲ ଚିହ୍ନରେ ଦେବାକୁ ନିଦେଦନ କରିଥିଲେ । ଏକଦା ପୋଷ୍ୟ ଗ୍ରାମ ଥିବା ପତ୍ରାପାଲି ବିକାଶ ଠାରୁ ବହୁଦୂରରେ ଥିବାରୁ ନିର୍ବାଚନ ବର୍ଜନ କରିବା ଚିନ୍ତା କରିଥିଲେ ଗ୍ରାମବାସୀ । ମାତ୍ର ନିଶ୍ଚିତ ପକ୍କାରାସ୍ତା ସଂଯୋଗ କରିବାର ଦୃଢ ପ୍ରତିଶୃତି ପରେ ୨୦୧୯ ଉପ ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜେଡିକୁ ବିଜୟିକରିଥିଲେ ।ମାତ୍ର ପରିସ୍ଥିତି ଯାହାଥିଲା ଆଜିବି ସେଇଆ । ଅନୁରୂପ ଭାବରେ କେର୍ମେଲି ହରିଜନ ପଡାର ଟ୍ରାନ୍ସଫର୍ମର ନେଇଯାଇ ଆଜି ମଧ୍ୟ ବହୁତ ପରିବାର ବିଦ୍ୟୁତ ସଂଯୋଗରୁ ବଂଚିତ ଥିବା . 5T ରୂପାନ୍ତରଣର ଦ୍ବାହି ଦେଇ ବିଦ୍ୟାଳୟର ଶ୍ରେଣି ଗୃହ ଭାଗି ଦେଲେ । ଆଉ ଏବେବ କ୍ଲାସରୁମ ବଦଲକରେ ସାଇକଲ ଷ୍ଟେଣ୍ଡରେ ବସିବାନେଇ ମତ ଦେଈଥିଲେ । ସଭାପରିଚାଳନା କରିଥିଲେ ବିପିନ ବିହାରି ସାହୁ . ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାଚନ ମଣ୍ଡଳିବପ୍ରଭାରି ସୁକାନ୍ତ ଦାଶ . ପୂର୍ବ ଜିଲ୍ଲାପରିସଦ ସଦସ୍ୟ ଘନଶ୍ୟାମ ସାହୁ . ସସ୍ମିତା ଡନସନା . ଡୋଳାମଣି ପଧାନ . ଝସକେତନ ସାହୁ. ଶାନ୍ତନୁ ପଧାନ. ବିଶ୍ବନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!