ଓଡିଶା ଖବର

ନିର୍ବାଚନ ପର୍ଯ୍ୟବେକ୍ଷକ ମାନେ ପୁରୀ ରେ ପହଞ୍ଚିଲେ।

ପୁରୀ ୭/୫ ୧୭(AKN NEWS): ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ମାନେ ପହଞ୍ଚିଛନ୍ତି। ୪ ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀ ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ମଦନ ପାଲ ସିଂ ପୁରୀ ରେ ପହଞ୍ଚିଛନ୍ତି।ଅନ୍ୟତମ ଖର୍ଚ୍ଚ ପର୍ଯ୍ୟବେକ୍ଷକ ୧୭ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସୁଧାଶୁଂ ଧର ମିଶ୍ର ମଧ୍ୟ ପୁରୀ ଜିଲ୍ଲାର ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ସହ ଖୋର୍ଦ୍ଧା ଜିଲ୍ଲାର ଚିଲିକା, ନୟାଗଡ଼ ଜିଲ୍ଲାର ନୟାଗଡ଼ ଓ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲୋକସଭା ପ୍ରାର୍ଥୀ ଙ୍କ ଖର୍ଚ୍ଚ ତଦାରଖ ଦାୟିତ୍ୱ ରେ ରହିଛନ୍ତି।କାକଟପୁର, ନିମାପଡା ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିୟୋଜିତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସରୋଜ କୁମାର ପୁରୀ ରେ ପହଞ୍ଚିଛନ୍ତି।ସେହିପରି ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ପାଇଁ ନିଯୁକ୍ତ ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ଡା କୁନାଲ ପ୍ରକାଶ ପୁରୀ ରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି।

ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଭାରତର ନିର୍ବାଚନ କମିଶନର ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକା ଆଧାର ରେ ପର୍ଯ୍ୟବେକ୍ଷକ ମାନେ ନିର୍ବାଚନ କୁ ମୁକ୍ତ,ଅବାଧ, ନିରପେକ୍ଷ ଓ ଅନୁମୋଦିତ ଖର୍ଚ୍ଚ ଆଧାର ରେ ପରିଚାଳିତ ବ୍ୟବସ୍ଥାର ଅନୁଧ୍ୟାନ କରିବେ।ପ୍ରାର୍ଥୀଙ୍କର ଲୋକସଭା ନିର୍ବାଚନ କ୍ଷେତ୍ରରେ ୯୫ ଲକ୍ଷ ଟଙ୍କା ଓ ବିଧାନସଭା କ୍ଷେତ୍ରରେ ନିର୍ବାଚନ ଖର୍ଚ୍ଚ ସର୍ବାଧିକ ୪୦ ଲକ୍ଷ ଟଙ୍କା ରହିଛି। ଏହାର ଖର୍ଚ୍ଚ ତଦାରଖ ସହ କେଉଁଠାରେ ଯଦି ନିର୍ବାଚନ ଆଇନ ର ଉଲ୍ଲଘଂନ ହେଉଛି ବା କୌଣସି ପ୍ରାର୍ଥୀ,ରାଜନୈତିକ ଦଳ,ବ୍ୟକ୍ତି ବିଶେଷ ଙ୍କ ର ଏ ସମ୍ପର୍କରେ କୌଣସି ଅଭିଯୋଗ ରହୁଛି ତେବେ ସେମାନେ ସାଧାରଣ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କୁ ଅବଗତ କରାଇ ପାରିବେ।ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ସିଂ ଙ୍କ ର ମୋବାଇଲ ନମ୍ବର ୮୪୮୦୮୬୯୩୫୨ ଓ ସୁଧାଶୁଂ ଧର ମିଶ୍ର ଙ୍କ ଯୋଗାଯୋଗ ନମ୍ବର ୮୪୮୦୮୬୯୨୦୫ ,ଖର୍ଚ୍ଚ ପର୍ଯ୍ୟବେକ୍ଷକ ସରୋଜ କୁମାର ଙ୍କ ଯୋଗାଯୋଗ ନମ୍ବର ୭୭୫୨୦୪୮୧୯୧ ରହିଛି ।ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ଡା କୁନାଲ ପ୍ରକାଶ ଙ୍କ ନମ୍ବର ୭୭୫୨୦୪୮୧୯୬ ରହିଛି।

ଯଦି କୌଣସି ରାଜନୈତିକ ଦଳ, ଦଳର ପ୍ରତିନିଧି, ପ୍ରାର୍ଥୀ, ପ୍ରାର୍ଥୀ ଙ୍କ ପ୍ରତିନିଧି ବା ସାଧାରଣ ବ୍ୟକ୍ତି ନିର୍ବାଚନ ସମ୍ପର୍କିତ କୌଣସି ଅଭିଯୋଗ ସାଧାରଣ ପର୍ଯ୍ୟବେକ୍ଷକ ଙ୍କୁ,ଖର୍ଚ୍ଚ ସମ୍ପର୍କରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କୁ ଅଭିଯୋଗ କରିବାକୁ ଚାହିଁବେ ସେମାନେ ଉପରୋକ୍ତ ନମ୍ବର ରେ,ବା ଲିଖିତ ଭାବେ ଦେଇ ପାରିବେ।

ଡା ପ୍ରକାଶ ଙ୍କ ସହଯୋଗୀ ଅଧିକାରୀ ବା ଲିଆସନ ଅଧିକାରୀ ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଶ୍ରୀ ମିଶ୍ର ଙ୍କ ର ସହଯୋଗୀ ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଶେଖର ସମର୍ଥ, ଶ୍ରୀ ସିଂ ଙ୍କ ର ସହଯୋଗୀ ଅଧିକାରୀ ଭାବେ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ଦିପ୍ତୀରଞ୍ଜନ ପ୍ରଧାନ, ଓ ସରୋଜ କୁମାର ଙ୍କ ସହଯୋଗୀ ଅଧିକାରୀ ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ରହିଛନ୍ତି।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!