ଓଡିଶା ଖବର

ନିଶ୍ଚିତ ମତଦାନ ପାଇଁ ଅନୁରୋଧ କଲେ ଜିଲ୍ଲାପାଳ

ପୁରୀ ୧୦/୫(AKN NEWS): ଆଗାମୀ ନିର୍ବାଚନ ରେ ସମସ୍ତ ଭୋଟର ମାନେ ନିଶ୍ଚିତ ମତଦାନ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁରୋଧ କରିଛନ୍ତି।ଗତକାଲି ଅପରାହ୍ନ ରେ ବଡଦାଣ୍ଡ ସ୍ଥିତ ମାର୍କେଟ ଛକ ଠାରେ ସୁଇପ ବା ସିଷ୍ଟୋମେଟିକ ଭୋଟରସ ଏଡୁକେସନ ଆଣ୍ଡ ଇଲେକ୍ଟରସ ପାର୍ଟିସିପେସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଗଣତନ୍ତ୍ର ର ମହାପର୍ବ।ଏହି ମହାପର୍ବ ରେ ପ୍ରତ୍ୟେକ ଭୋଟର ସାମିଲ ହୋଇ ନିଜର ବିବେକାନୁମୋଦିତ ମୂଲ୍ୟବାନ ଭୋଟ କୁ ସାବ୍ୟସ୍ତ କରିବାକୁ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଅନୁରୋଧ କରିବା ସହ ମଇ ମାସ ୨୫ ତାରିଖରେ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଓ ଜୁନ ୧ ତାରିଖରେ କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀ ପାଇଁ ନିଶ୍ଚିତ ମତଦାନ କରିବାକୁ ସେ ନିବେଦନ କରିଥିଲେ। ଏଥିରେ କୁନି କଳାକାର ମାନେ ନୃତ୍ୟ ମାଧ୍ୟମରେ ନିଶ୍ଚିତ ମତଦାନ ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ।ସାଧାରଣ ପର୍ଯ୍ୟବେକ୍ଷକ ଡା କୁନାଲ ପ୍ରକାଶ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଧାଶୁଂ ଧର ମିଶ୍ର,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପର୍ଯ୍ୟବେକ୍ଷକ ଙ୍କ ଲିଆସନିଙ୍ଗ ଅଫିସର ଚନ୍ଦନ କୁମାର ସାହୁ, ହିମାଂଶୁ ଭୂଷଣ ସମର୍ଥା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!