ଓଡିଶା ଖବର

ତରବୋର୍ଡ ଗ୍ରାମ ନିକଟସ୍ଥ ଫଣ୍ଡେଲ ନଳା ପାଖରେ ସଡ଼କ ଦୁର୍ଘଟଣା,ନିର୍ବାଚନ ମତଦାନ ସାରି ସାମଗ୍ରୀ ଜମା ଦେଇ ଫେରୁଥିବା ବେଳେ କାର ବାଇକ୍ ମୁହା ଧକ୍କା, ପ୍ରିଜାଇଡିଙ୍ଗ ଅଧିକାରୀ ଘଟଣା ସ୍ଥଲେ ମୃତ୍ୟୁ

ନୂଆପଡା :୧୪.୦୫.(AKN NEWS): ନୂଆପଡ଼ା ଜିଲ୍ଲା ତରବୋର୍ଡ ଗ୍ରାମ ନିକଟସ୍ଥ ଫଣ୍ଡେଲ ନଳା ପାଖରେ ସଡ଼କ ଦୁର୍ଘଟଣା ହୋଇଅଛି। ସେ ଜଣେ ବି ସି ସି ବ୍ୟାଙ୍କ୍ କର୍ମଚାରୀ ଅଟନ୍ତି। ନିର୍ବାଚନ ଦାୟିତ୍ବରେ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ରାନିମୁଣ୍ଡା ଗ୍ରାମ ୧୮୪ ବୁଥ ନମ୍ୱର୍ ରେ ଦାୟିତ୍ବ ରେ ଯାଇଥିଲେ। ସେଠାରୁ ନିର୍ବାଚନ ସାରି ଜିଲ୍ଲା କଣ୍ଟ୍ରୋଲ କେନ୍ଦ୍ର କୁ ନିର୍ବାଚନ ସାମଗ୍ରୀ ପ୍ରତ୍ୟାବର୍ତ୍ତନ କରି ନିଜ ଘର କୁ ଫେରୁଥିବା ବେଳେ ତରବୋର୍ଡ ଗ୍ରାମ ନିକଟସ୍ଥ ଫଣ୍ଡେଲ ନଳା ପାଖରେ ସଡ଼କ ଦୁର୍ଘଟଣା ହୋଇଥିଲା। ଏକ କାର ତାଙ୍କ ମୋଟରସାଇକେଲ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଅଛି। ମତଦାନ ସାରି ଫେରୁଥିବା ବେଳେ କାର ବାଇକ୍ ମୁହା ଧକ୍କା, ପ୍ରିଜାଇଡିଙ୍ଗ ଅଧିକାରୀ ପ୍ରସନ୍ନ କୁମାର ନାଏକଙ୍କ ଘଟଣା ସ୍ଥଲେ ମୃତ୍ୟୁ ହୋଇଅଛି। ଜିଲ୍ଲା ପ୍ରଶାସନ ପକ୍ଷ ରୁ ତାଙ୍କ ମୃତ୍ୟୁ ନେଇ ସମବେଦନା ଜଣାଇଛନ୍ତି।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!