ଓଡିଶା ଖବର

ନିର୍ବାଚନ ହିଂସାରେ ତାତିଲେ ଲୋକେ ଥାନା ଘେରାଉ 

ଭୁବନେଶ୍ୱର (AKN NEWS): ଖୋଲିକୋଟ ରେ ରାଜନୀତି ହିଂସା ହୋଇଥିବା ଖବର ମିଳିଛି l ମିଳିଥିବା ଖବର ଅନୁଯାଇ ଗଞ୍ଜାମ ଜିଲା ଖୋଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିଜେଡି ଓ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ ବିଜେପିର ୪ ଜଣ କର୍ମୀ ଆହତ ହୋଇଥିଲେ। ଗୁରୁତରଙ୍କୁ ତୁରନ୍ତ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ସେପଟେ ଘଟଣାକୁ ନେଇ ପରିବାର ଲୋକଙ୍କ ସହ ମିଶି ଥାନା ଘେରାଉ କରିଛି ବିଜେପି।

ତେବେ ଏହି ଥାନା ଘେରାଉ ବେଳେ ପୋଲିସ ଗାଡିକୁ ବୋତଲ ପଥର ମାଡ଼ ହୋଇଛି l ଅଭିଯୁକ୍ତଙ୍କୁ ଥାନାରୁ ନେବାବେଳେ ପୋଲିସ ଗାଡିଘେରିଥିଲେ ଲୋକେ ଲୋକଙ୍କପଥମାଡ଼ରେ ପୋଲିସ ଭ୍ୟାନର କାଚ ଭାଙ୍ଗିଛି ଖଲ୍ଲିକୋଟ ହିଂସା ଘଟଣା । ଖଲ୍ଲିକୋଟ ଥାନା ଘେରାଉ ବେଳେ ଉତ୍ୟକ୍ତ ଲୋକଙ୍କ ହୋହଲ୍ଲା । ଘଟଣାସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ ।

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!