ଓଡିଶା ଖବର

ଏସଆଇଟି ଟିମରେ ୪ ଜଣ ଅଧିକାରୀ ଖୋଲିକୋଟ ହିଂସାର ପ୍ରତ୍ୟେକ ଦିଗକୁ ନେଇ ତଦନ୍ତ ଜାରି ରଖିଛନ୍ତି।

ଏସଆଇଟି ଟିମରେ ୪ ଜଣ ଅଧିକାରୀ ଖୋଲିକୋଟ ହିଂସାର ପ୍ରତ୍ୟେକ ଦିଗକୁ ନେଇ ତଦନ୍ତ ଜାରି ରଖିଛନ୍ତି।

ଭୁବନେଶ୍ୱର :ଗଞ୍ଜାମ ଜିଲ୍ଲାର ଖୋଲିକୋଟ ଥାନା ଅନ୍ତର୍ଗତ ଶ୍ରୀ କୃଷ୍ଣଶରଣକୁପୁର ଗ୍ରାମରେ ଘଟିଥିବା ରାଜନୀତିକ ହିଂସା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଗତକାଲି ଏକ ସ୍ୱତନ୍ତ୍ର ଅନୁନ୍ଧାନକାରି ଦଳ ଏହି ଘଟଣାର ତଦନ୍ତ ଭାରନେଇଛି l
ଦକ୍ଷିଣାଞ୍ଚଳ ଡିଜି ଜୟ ନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ କରିବେ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଆର କେ ଶର୍ମା ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି। ଡ଼ିଏସପିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏହି ଏସଆଇଟି ଟିମରେ ୪ ଜଣ ଅଧିକାରୀ ଖଲ୍ଲିକୋଟ ହିଂସାର ପ୍ରତ୍ୟେକ ଦିଗକୁ ନେଇ ତଦନ୍ତ ଜାରି ରଖିଛନ୍ତି।ଘଟଣାରେ ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବେ ଯେଉଁମାନେ ବି ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଅନ୍ୟପଟେ ହିଂସା ଘଟିଥିବା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ଶ୍ରୀକୃଷ୍ଣଶରଣପୁର ଗ୍ରାମରେ କରାଯାଇଥିବା ସମସ୍ତ ବୁଥକୁ ଅତି ସମ୍ବେଦନଶୀଳ ବୁଥ ତାଲିକାରେ ରଖାଯାଇଛି ଏବଂ ପ୍ରାୟ ବୁଥରେ ୱେବ୍‌ କାଷ୍ଟିଙ୍ଗ ବ୍ୟବସ୍ଥା ହୋଇଛି। ସେହିପରି ୧୦ଟି ବୁଥ ବ୍ୟବଧାନରେ କଡ଼ା ପେଟ୍ରୋଲିଙ୍ଗ କରିବା ଲାଗି ପୁଲିସ ପକ୍ଷରୁ ମୋବାଇଲ ପାର୍ଟିଙ୍କୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି।

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!