ଓଡିଶା ଖବର

ମାଁ ସନ୍ତୋଷି ଜନକଲ୍ୟାଣ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ l

ମାଁ ସନ୍ତୋଷି ଜନକଲ୍ୟାଣ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ l

ଲାଞ୍ଜିଗଡ (AKN NEWS )ସରକାରୀ କର୍ମ ଚାରି ମାନେ ପହଞ୍ଚି ନ ପାରୁଥିବା ଆଦିବାସୀ ଅଦୁଷିତ ଅଞ୍ଚଳ ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବାତେରେ ପଡା ଠାରେ ମାଁ ସନ୍ତୋଷି ଜନକଲ୍ୟାଣ ଫାଉଣ୍ଡେସନ ଓ ବେଦାନ୍ତ ମିଳିତ ଆନୁକୂଲ୍ୟରେ ରବିବାର ଦିନ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସ୍ୱାସ୍ଥ୍ୟ ଶିବିରରେ ବିଜେପୁର ପଞ୍ଚାୟତର 6 ଟି ଗାଁ ବାତେରେ ପଡା , ସର୍ଗି ଗୁଡ଼ା , ସାଇମସ୍କା , ପୀଡିଶାଲ , ଟୁରିସେମେଲ ସମେତ ପୁଇଗୁଡ଼ା ଗାଁର 131 ଜଣ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଉକ୍ତ ସ୍ୱାସ୍ଥ୍ୟ ଶିବିର ମାଁ ସନ୍ତୋଷି ଡାକ୍ତର ଖାନା ଜନକଲ୍ୟାଣ ଫାଉଣ୍ଡେସନ ପ୍ରକଳ୍ପ ସଂଯୋଜକ ଚିତ୍ତରଞ୍ଜନ ନନ୍ଦ ପରିଚାଳନା କରିଥିବା ବେଳେ ଡାକ୍ତର ଓମ ପ୍ରକାଶ ପ୍ରଧାନ ଫାର୍ମାସିଷ୍ଟ ଭଗବାନ ଚନ୍ଦ୍ର ପ୍ରଧାନ, ଭବ ଶଙ୍କର ଦେ ଲାବ ଟେକନିସିଆଲ ଅରନୁ କୁମାର ସେଠ A N M ସୁଲକ୍ଷ୍ଣି ନାଏକ , ଚନ୍ଦନା ବାଗ ଜୟନ୍ତ କୁମାର ନାୟକ ,କୁଞ୍ଜ ବିହାରୀ ନନ୍ଦ , ଏବଂ ମୁଖ୍ୟ ଅତିଥି ଭାବରେ ବିଜେପୁର ସରପଞ୍ଚ ଶ୍ରୀ ଟୀକା ମାଝୀ ଉପସ୍ଥିତ ରହି ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ ଓ ଡାକ୍ତର ଶ୍ରୀ କୁଞ୍ଜ ବିହାରୀ ନନ୍ଦ ଲୋକ ସମ୍ପର୍କ କରି ସ୍ୱାସ୍ଥ୍ୟ ଶିବିର ପ୍ରସାର କରିଥିଲେ l କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପ୍ରତିନିଧି ସୁଶାନ୍ତ କୁମାର ମାଝୀ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!