ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ
ଭବାନୀପାଟଣା,୨୦।୫ (AKN NEWS): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍ଏସ୍ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସଞ୍ଜୁସ୍ମିତା ମୁଣ୍ଡ। ତାଙ୍କ ଘର ମହାବୀରପଡ଼ା ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ସଞ୍ଜୁ ଭବାନୀପାଟଣାସ୍ଥିତ ବାଲାଜି ନର୍ସିଂହୋମରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ସେ ଡ୍ୟୁଟି ସାରି ଏକ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ହେଲେ ଏମଏସ୍ଏ ଛକଠାରେ ଏକ ହାଇୱା (ନଂ.ଓଡି୨୪ଏଚ୍୪୪୬୧) ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସଞ୍ଜୁଙ୍କ ମୃତ୍ୟୁ ଘଟିଥିଲା।
ଆଜି ଦିନ ୪ଟାରେ ସଡକ ସୁରକ୍ଷା ଉପେର କଲେକ୍ଟର ଅଫିସରେ ମିଟିଙ୍ଗ ହୋଇଛି ଏବଂ ଭବାନୀପାଟଣା ଟାଉନ ଭିତରେ ୫.୩୦ରେ Accidentହୋଇଛି।

ଏହାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଦିନରେ ଉକ୍ତ ରାସ୍ତାରେ ଭାରି ଯାନ ଚଳାଚଳ ନିଷେଧ ଥିବାବେଳେ ସହର ଭିତରକୁ ହାଇୱା କେମିତି ଆସିଲା ଏହାର ତଦନ୍ତ ଦାବି ହୋଇଛି। ଏପରିକି ଘଟଣାର ତଦନ୍ତ ଦାବି କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ଷତିପୂରଣ ଦାବି କରି ମହିଳାଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକେ ରାସ୍ତାରେ ଟାୟାର ଜାଲି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାରେ ଯାନବାହାନ ଚଳାଚଳ ବ୍ୟାଘତ ହୋଇଛି। ଖବରପାଇ ସ୍ଥାନୀୟ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରୁଛି।
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ


