ଓଡିଶା ଖବର

ତାଳସଜ ର ଫେମସ୍ ଭଇଁଷା ଗାଁ…

ତାଳସଜ ର ଫେମସ୍ ଭଇଁଷା ଗାଁ…

ପାଟଣାଗଡ଼ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ଅସ୍ତ ବ୍ଯସ୍ତ କରି ପକାଉଥିବା ବେଲେ ଗ୍ରୀଷ୍ମ ଖରା ରୁ ରକ୍ଷା ପାଇବା ପାଇଁ ଲୋକେ , କିଏ କେଉଁଠି ସରବତ୍ ପିଉଛନ୍ତି ତ କିଏ କେଉଁଠି ଲସିଜୁସ୍ ଆଖୁରସ ପିଉଥିବା ଦେଖିବାକୁ ମିଲୁଛି ! ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ରାସ୍ତା କଡରେ ଥିବା ତାଳସଜ ର ଫେମସ୍ ଭଇଁଷା ଗାଁ ବୋଲି ଲୋକେ କହନ୍ତି ! ଏହି ଗାଁର ରାସ୍ତା କଡରେ ତାଳପସରା ଦେଖିବାକୁ ମିଲି ଥାଏ ! ଭଇଁଷା ଗାଁର କିଛି ବେପାରୀ ପ୍ରଜା ଙ୍କ ଠାରୁ ବେପାରୀ ମାନେ ଗ୍ରୀଷ୍ମ ୠତୁ ପାଇଁ ତାଳଗଛ କୁ କିଛି ଦିନ ପାଇଁ ଠିକା ନେଇ ଥାଆନ୍ତି ଏବଂ ମୂଖ୍ଯ ରାସ୍ତା କଡରେ ସକାଳ ରୁ ସଂଧ୍ଯା ଯାଏ ତାଳପସରା ବସାଇ ଥାଆନ୍ତି ! ଯାତ୍ରୀ ମାନେ ତାଳପସରା କୁ ଦେଖି ଅଟକି ଥାଆନ୍ତି ! ନିଜେ ଖାଇବା ସହ ଘର ଲୋକ ଙ୍କ ପାଇଁ କିଣି ନେଇ ଥାଆନ୍ତି ! ପଥିକ କହିବା ଅନୁସାରେ ଗ୍ରୀଷ୍ମୠତୁରେ ତାଳସଜ ଖାଇଲେ ଦେହ ମନ ସୁସ୍ଥ୍ଯ ରହିବା ସହ ପେଟ କୁ ଥଣ୍ଡା ରଖିଥାଏ ବୋଲି କହିଛନ୍ତି ! ଅନ୍ଯ ପଟେ ତାଳସଜ ବେପାରୀ ମାନେ ଭୋର ସକାଳୁ ଉଠି ପ୍ରଜାଙ୍କ ଠାରୁ ତାଳ ସଂଗ୍ରହ କରି ଥାଆନ୍ତି ପରେ ରାସ୍ତା କଡରେ ବସି ବିକ୍ରି କରି ଥାଆନ୍ତି ! ସେଥି ରୁ ଯାହା କିଛି ଲାଭ ପାଇଲେ ନିଜର ପରିବାର ପ୍ରତିପୋଷଣ କରି ଥାଆନ୍ତି !

ବଲାଙ୍ଗିର ଜିଲ୍ଲା ରୁ କଞ୍ଜର ମୁନା ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!