ଓଡିଶା ଖବର

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମେଦିନୀପୁର ସ୍କୁଲ ଛାତ୍ର ୟତନରାଜ ଜିଲ୍ଲା ଟପର । 

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମେଦିନୀପୁର ସ୍କୁଲ ଛାତ୍ର ୟତନରାଜ ଜିଲ୍ଲା ଟପର । 

ଭବାନୀପାଟଣା (AKN NEWS)ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ତରଫରୁ ଚଳିତ ବର୍ଷ 2024 ର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି. ଏହି ପରୀକ୍ଷା ଫଳ ରେ କଳାହାଣ୍ଡି ଜିଲ୍ଲାର 95.86 ପ୍ରତିଶତ ପାସ୍ ହାର ଥିଲାବେଳେ ଜିଲାରେ ମୋଟ 6 ଜଣ ଛାତ୍ରୀ ଛାତ୍ର 90 ପ୍ରତିଶତ ରୁ ଉର୍ଦ୍ଧ ତଥା ଏ ୱାନ ଗ୍ରେଡ୍ ପାଇଁ ସଫଳତା ହାସଲ କରିଛନ୍ତି. ସେଥି ମଧ୍ୟରୁ ମେଦିନୀପୁର ହାଇ ସ୍କୁଲ୍ ର ୟତନରାଜ ସାହୁ 546 ମାର୍କ ଅର୍ଥାତ୍ 91 ପ୍ରତିଶତ ପାଇଁ ଜିଲା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି. ସେହି ବିଦ୍ୟାଳୟର ଜସ୍ମିନ ପଧାନ 540,ଖୁସବୁ ମେହେର 540 ମାର୍କ ତଥା 90 ପ୍ରତିଶତ ପାଇଛନ୍ତି. ସେହିପରି ଥୁଆମୂଳ ରାମପୁର ବ୍ଲକର ଗୋପାଲପୁର ଏସ୍ ଏସ୍ ଡି ସ୍କୁଲ ର ଛାତ୍ରୀ ସୁପ୍ରଭା ନାୟକ 540 ମାର୍କ, ଗୋଲାମୁଣ୍ଡା ବ୍ଲକର ବୃନ୍ଦା ବାହାଲ ସ୍କୁଲ ର ପ୍ରଭାସ ନାୟକ 540 ମାର୍କ, ଧର୍ମଗଡ ବ୍ଲକ ର ସିନ୍ଧି କୁଲିଆରୀ ସ୍କୁଲ ର ଚୁମନ ଲାଲ ବୁଡେକ 540 ମାର୍କ ତଥା 90 ପ୍ରତିଶତ ମାର୍କ ରଖିଛନ୍ତି.ମେଦିନୀପୁର ହାଇ ସ୍କୁଲ୍ ର ୟତନରାଜ ସାହୁ ଚଳିତବର୍ଷ 2024 ରେ କଳାହାଣ୍ଡି ଜିଲ୍ଲା ଟପର ହୋଇଛନ୍ତି. ମେଦିନୀପୁର ସ୍କୁଲ ର ମୋଟ 173 ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିଲେ. ସମସ୍ତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇ ଶତପ୍ରତିଶତ ସଫଳତା ହାସଲ କରିଛି.ଏହି ବିଦ୍ୟାଳୟ ର ମୋଟ 106 ଜଣ ଛାତ୍ରଛାତ୍ରୀ ଏବଂ ଶାସ୍ତ୍ରୀଜୀ ଶିକ୍ଷା ନିକେତନ ର 67 ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟ ତରଫରୁ ପରୀକ୍ଷା ଦେଇଥିଲେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!