ଓଡିଶା ଖବର

ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲା ଗ୍ରୀଷ୍ମକାଳରେ ତାପମାତ୍ରା ପାଇଁ ରେକର୍ଡ ସୃଷ୍ଟି କରୁଛି

AKN NEWS-ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲା ଗ୍ରୀଷ୍ମକାଳରେ ତାପମାତ୍ରା ପାଇଁ ରେକର୍ଡ ସୃଷ୍ଟି କରୁଛି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେଉଥିବା ବେଳେ ଜଳକଷ୍ଟ ଜୀବନକୁ ଦୁର୍ବିସହ କରିଦେଉଛି । ବଲାଙ୍ଗୀର ଜିଲ୍ଲା କେନ୍ଦୁମୁଣ୍ଡି ଗ୍ରାମପଞ୍ଚାୟତ ରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ଏନେଇ ଗ୍ରାମର ସତାଧିକ ମହିଳା ସ୍ଥାନୀୟ ଯାଇ ସରପଞ୍ଚ କୁ ଜଣା ଇଲେ ମଧ୍ୟ୍ୟ କିଛି ସଫଳହେଉନି । ଏଠି ନଳକୂଅ ମଧ୍ୟ୍ୟ କିଛି ଅଚଳ ହୋଇଛି ହେଲେ କେତେକ ନଳକୂପ ରେ ଅଳ୍ପ ପାଣି ବାହାରୁଛି ତ କେତେ କ ପୁରା ଅଚଳ ରହିଥିବା ବେଳେ ବସୁଧା ଯୋଜନା ମଧ୍ୟ ତିନି ଦିନ ଧରି ବନ୍ଦ ରହିଛି ।ପାଣି ଟୋପାଏ ପାଇଁ ଗ୍ରାମ ବାସି ଅସୁବିଧା ରେ ସମ୍ମୁଖୀନ ହେଉ ଛନ୍ତି ପ୍ରାୟ ଏକ ହଜାର ଜନସଂଖ୍ୟା ବିଶିଷ୍ଟ କେନ୍ଦୁମୁଣ୍ଡି ଗ୍ରାମରେ ପାନୀୟ ଜଳର ଉତ୍କଟ ଅଭାବ ଦେଖା ଦେଇଛି । ଗ୍ରାମରେ ହଜାରେ ଲୋକଙ୍କ ପାଇଁ ରହିଛି ମାତ୍ର ନଳକୂପ । ସମୁଦାୟ ଗ୍ରାମବାସୀଙ୍କ ଆଶା ଓ ଭରସା ସାଜିଥିବା ଏହି ନଳକୂପ ଦ୍ୱୟ ମଧ୍ୟରୁ କିଛି ଅଚଳ ଅବସ୍ଥାରେ । ଗ୍ରାମ ମଧ୍ୟରେ ଜଳ ଯୋଗାଣ ପାଇଁ ବିଛା ଯାଇଛି ପାଇପ୍ ଲାଇନ୍ କିନ୍ତୁ ଜଳ ଯୋଗାଣର ନା ଗନ୍ଧ ନାହିଁ ବୋଲି ଅଭିଯୋଗ କରିଥିଲେ ଗ୍ରାମ ମହିଳା ମାନେ । ତେବେ ଜିଲ୍ଲା ପ୍ରଶାସନ ଏହି ଗାଁ ଲୋକଙ୍କ ସମସ୍ଯା ସମାଧାନ କେବେ କରୁଛି ଦେଖିବାକୁ ବାକି ରହିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!