ଓଡିଶା ଖବର

ସାଇକେଲରେ ଖଡ଼ିଆଳରୁ ଉତ୍ତରାଖଣ୍ଡ ଯାତ୍ରା

ସାଇକେଲରେ ଖଡ଼ିଆଳରୁ ଉତ୍ତରାଖଣ୍ଡ ଯାତ୍ରା

ନୂଆପଡା ଜିଲ୍ଲା ଖଡ଼ିଆଳରୁ ଉତ୍ତରାଖଣ୍ଡର କେଦାରନାଥ ଯାତ୍ରା, ତାହା ପୁଣି ବାଇ ସାଇକେଲରେ। ନୂଆପଡ଼ା ଜିଲ୍ଲା କୋମନା ବ୍ଳକର କାଲିମେଟ ଗ୍ରାମର ସୁନିଲ କୁମାର ହଂସ, ଯିଏ କି କୋମନା ପଞ୍ଚାୟତ ସମିତି କଲେଜ୍ ରେ ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ଓ ସେହି ବ୍ଲକ ଆଗ୍ରେନ ଗ୍ରାମର କେଶନ୍ ନାଗ ଯିଏ କି ନୂଆପଡ଼ା କଲେଜ୍ ର ଯୁକ୍ର ଦୁଇ ଛାତ୍ର ଗତ ୧୬ ତାରିଖରୁ ସାଇକେଲ ରେ ଯାତ୍ରା ଆରମ୍ଭ କରିଛନ୍ତି। ଖଡ଼ିଆଳ ବ୍ଲକ ତିଖାଲି ସ୍ଥିତ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରି ଦୁଇ ଜଣ ବାହାରିଥିଲେ। ପ୍ରଥମେ ସମ୍ବଲପୁର ସମଲେଇ ମନ୍ଦିର ପହଞ୍ଚି ମାଆ ସମଲେଇଙ୍କ ଆଶୀର୍ବାଦ ନେଇଥିଲେ। ପରେ ପୁରୀରେ ଜଗନ୍ନାଥଙ୍କ ଦର୍ଶନ କରି ବାଲେଶ୍ଵର ଓ ପରେ ବାରିପଦା ଦେଇ ପଶ୍ଚିମ ବଙ୍ଗ ଯାଇଥିଲେ।ଖଡ଼ିଆଳରୁ ଉତ୍ତରାଖଣ୍ଡର କେଦାରନାଥ ତିନି ହଜାର କିଲୋମିଟର ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନେ ୧୪୦୦ କିଲୋମିଟର ପର୍ଯ୍ୟନ୍ତ ଗଲେଣି। ଓଡ଼ିଶା, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ପରେ ଆଜି ବିହାରରେ ପହଂଚିଛନ୍ତି। ପ୍ରତ୍ୟେକ ଦିନ ସେମାନେ ମନ୍ଦିର ଅଥବା ପେଟ୍ରୋଲ ପମ୍ପ ରେ ଆଶ୍ରୟ ନେଇଛନ୍ତି। ଘରୁ ଖାଲି ହାତରେ ବାହାରିଥିବା ବେଳେ ସବୁଠାରେ ଲୋକେ ତାଙ୍କୁ ଖାଇବା ପିଇବା ଖର୍ଚ୍ଚ ସହ ଆର୍ଥିକ ସହଯୋଗ କରୁଥିବା କହିଛନ୍ତି ସେମାନେ। ଉତ୍ତରାଖଣ୍ଡ ପହଞ୍ଚିବା ପାଇଁ ଆଉ ଦଶ ଦିନ ଲାଗିବ ଓ ସେଠାରୁ ରାୟପୁର ଦେଇ ପୁଣିଥରେ ଘର ଫେରିବେ। ତାପମାତ୍ରା ଦେଖି ଦିନ ସମୟରେ ପଚାଶ କିଲୋମିଟର ଓ ସନ୍ଧ୍ୟାରେ ପଚାଶ କିଲୋମିଟର ଯାତ୍ରା କରୁଛନ୍ତି।ବିଶ୍ଵ ଶାନ୍ତି ପାଇଁ ଲୋକଙ୍କୁ ସଚେତନ କରିବା ଓ ବିଭିନ୍ନ ସ୍ଥାନର ପାଣିପାଗ, ଜଳବାୟୁ ଉପରେ ଜାଣିବା ସେମାନଙ୍କ ଲକ୍ଷ୍ୟ ବୋଲି ସେମାନେ କହନ୍ତି। ସମ୍ପୂର୍ଣ ଯାତ୍ରା ପାଇଁ ତିନି ମାସ ସମୟ ନିର୍ଘଣ୍ଟ କରିଥିବା ବେଳେ ଦୁଇ ମାସରେ ସମ୍ପୂର୍ଣ ହୋଇଯିବ ବୋଲି ଆଶା ରଖିଛନ୍ତି ଦୁଇ ଜଣ।

OM PRAKASH AGRAWAL NKA REPORT AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!