ଓଡିଶା ଖବର

ନୂଆପଡ଼ା ଜିଲ୍ଲା ନ୍ୟାସନାଲ କଲେଜ ପରିସର ରେ ଭୋଟ ଗଣତି କେନ୍ଦ୍ର ରେ ପ୍ରସ୍ତୁତି ଚୂଡାନ୍ତ, ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତି, କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗ ରୁମ ରେ ଇଭିଏମ୍, ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ନୂଆପଡ଼ା ଜିଲ୍ଲା ନ୍ୟାସନାଲ କଲେଜ ପରିସର ରେ ଭୋଟ ଗଣତି କେନ୍ଦ୍ର ରେ ପ୍ରସ୍ତୁତି ଚୂଡାନ୍ତ, ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତି, କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗ ରୁମ ରେ ଇଭିଏମ୍, ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ନୂଆପଡା :୦୩.୦୬. ନୂଆପଡ଼ା ଜିଲ୍ଲା ନ୍ୟାସନାଲ କଲେଜ ପରିସର ରେ ଭୋଟ ଗଣତି କେନ୍ଦ୍ର ରେ ପ୍ରସ୍ତୁତି ଚୂଡାନ୍ତ, ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତି ରହିଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗ ରୁମ ରେ ଇଭିଏମ୍ ଗଚ୍ଛିତ ରହିଅଛି। ନୂଆପଡ଼ା ଜିଲ୍ଲା ର ଖଡ଼ିଆଳ ଓ ନୂଆପଡ଼ା ଦୁଇ ଗୋଟି ବିଧାନସଭା ସହ କଳାହାଣ୍ଡି ଲୋକସଭା ଅନ୍ତର୍ଭୁକ୍ତ ଅଟେ। ଦୁଇ ଗୋଟି ବିଧାନସଭା ରେ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ଜିଲ୍ଲା ରେ ୬୦୪ ଗୋଟି ମତଦାନ କେନ୍ଦ୍ର ରେ ୩ ଲକ୍ଷ ୭୯ ହଜାର ୮୮୦ ଭୋଟର ମତ ଦେଇଛନ୍ତି। ବିଧାନସଭା ମୁତାବକ ଦୁଇ ଗୋଟି ଭୋଟ ଗଣତି କେନ୍ଦ୍ର ସ୍ଥାପିତ ହୋଇଥିବା ବେଳେ ଗୋଟିଏ ଗଣତି କେନ୍ଦ୍ର ରେ ୨୮ ଗୋଟି ଟେବୁଲ୍ ରହିଅଛି। ୧୪ ଗୋଟି ଟେବୁଲ୍ ରେ ଲୋକସଭା ଏବଂ ୧୪ ଗୋଟି ଟେବୁଲ୍ ରେ ବିଧାନସଭା ଭୋଟ ଗଣତି ହେବ। ୧୪ ଗୋଟି ବୁଥ ର ଗଣତି ହୋଇ ଗୋଟିଏ ରାଉଣ୍ଡ ଫଳାଫଳ ଘୋଷଣା ହେବ। ହାରା ହାରି ୨୨ ଗୋଟି ରାଉଣ୍ଡ ଗଣତି ହେବା ଅନୁମାନ କରାଯାଉଅଛି। ଜିଲ୍ଲା ପ୍ରଶାସନ ପକ୍ଷ ରୁ ପ୍ରସ୍ତୁତି ଚୂଡାନ୍ତ ହୋଇଅଛି।

OM PRAKASH AGRAWAL NKA REPORT AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!