ଓଡିଶା ଖବର

ବୋର ପଦର ଗାଁରେ ତିନି ନିଶାଶକ୍ତ ଯୁବକଙ୍କ ଲଙ୍କା କାଣ୍ଡ l

ବୋର ପଦର ଗାଁରେ ତିନି ନିଶାଶକ୍ତ ଯୁବକଙ୍କ ଲଙ୍କା କାଣ୍ଡ l

ଲାଞ୍ଜିଗଡ (AKN NEWS )କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପାହାଡ଼ପଦର ପଞ୍ଚାୟତ ଅନ୍ତର୍ଗତ ବୋର ପଦର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି l ସୂଚନା ମତେ ବୋର ପଦର ଗାଁରେ ଏକ ସୌର ଚାଳିତ ଅଭର ହେଡ଼ ପାଣି ଟାଙ୍କି ନିର୍ମାଣ ହୋଇଥିଲା l ଉକ୍ତ ପାଣି ଟାଙ୍କି ବୋର ପଦର ଓ ପଟାଙ୍ଗ ପଦର ଗାଁକୁ ସଂଯୋଗ ହୋଇଥିବା ବେଳେ ୨ଟି ଗାଁ ଲୋକେ ଜଳ କଷ୍ଟରୁ ବଞ୍ଚିତ ରହୁଥିଲେ ହେଲେ ଗାଁର କିଛି ଖଳପ୍ରକୃତି ଯୁବକ ବିଜୟ ମାଝୀ, ନବୀ ମାଝୀ ଓ ପଟାଙ୍ଗ ପଦର ଗାଁର ଜରା ନାଏକ ନିଶାଶକ୍ତ ଅବସ୍ଥାରେ ଆସି ଗାଁ ଲୋକଙ୍କୁ ଗାଳି ଗୁଲଜ କରିବା ସହିତ ପାଣି ଟାଙ୍କିକୁ ଟାଙ୍ଗିଆରେ ହାଣ୍ଡି ଦେଇଥିବାରୁ ପାଣି ଟାଙ୍କି ଭାଙ୍ଗି ଯାଇଛି ଯାହା ଫଳରେ ପାଣି ପାଇଁ ବୋର ପଦର ଓ ପଟାଙ୍ଗ ପଦର ଗାଁ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେବେ ତିନି ନିଶାସକ୍ତ ଯୁବକ କେଉଁ କାରଣରୁ ପାଣି ଟାଙ୍କିକୁ ଭାଙ୍ଗିଲେ ଓ ତାଙ୍କର କେଉଁ ଉଦେଶ୍ୟ ରହି ଥିଲା ଏବେ ଯାଏଁ କାରଣ ଅସ୍ପଷ୍ଟ ଥିବାବେଳେ ଏନେଇ ଗ୍ରାମ ବାସି ଏକ ବୈଠକ କରିଥିଲେ କିନ୍ତୁ ତିନି ନିଶାଶକ୍ତ ଯୁବକ ବୈଠକରେ ଉପସ୍ଥିତ ନ ଥିବା ଯୋଗୁଁ କୌଣସି ପ୍ରକାରର ସମାଧାନ ହୋଇ ପାରିନାହିଁ ଯାହା ଫଳରେ ଗ୍ରାମ ବାସି ଅସନ୍ତୋଷ କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି l

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପ୍ରତିନିଧି ସୁଶାନ୍ତ କୁମାର ମାଝୀ ଙ୍କ ରିପୋର୍ଟ AKNNEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!