ଓଡିଶା ଖବର

କାଳବୈଶାଖୀ ରେ ବ୍ଲକ ପରିସରରେ ଭାଙ୍ଗିଥିବା ତିନୋଟି ଗଛକୁ ସଫା କଲା ଦମକଳ ବାହିନୀ

କାଳବୈଶାଖୀ ରେ ବ୍ଲକ ପରିସରରେ ଭାଙ୍ଗିଥିବା ତିନୋଟି ଗଛକୁ ସଫା କଲା ଦମକଳ ବାହିନୀ
କେସିଙ୍ଗା ୮/୬(AKN NEWS) ଗତକାଲି ଅପରାହ୍ନ ଚାରିଟା ସମୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଅଦିନିଆ କାଳ ବୈଶାଖୀ ର ତାଣ୍ଡବରେ ବିପଦ ସଙ୍କୁଳ ଅବସ୍ଥାରେ କେସିଙ୍ଗା ବ୍ଲକ ପରିସରରେ ଥିବା ତିନୋଟି ବଡ଼ ବଡ଼ ଗଛ ଭାଙ୍ଗି ଯାଇଥିଲା। କୋଉ ଗଛ ବଙ୍କା ହୋଇ ଯାଇଥିଲା ତ ଆଉ କୋଉ ଗଛ ଅଧା ଭାଙ୍ଗି ଲଟକି ଯାଇ ଥିଲା ପୁଣି ଆଉ ଗୋଟିଏ ଗଛ ରାଜୀବ ଗାନ୍ଧୀ ଭବନ ଉପରେ ଟେକି ହୋଇ ରହିଥିଲା।ଶନିବାର ସକାଳୁ କେସିଙ୍ଗା ବିଡ଼ିଓ ଙ୍କ ଅନୁରୋଧ କ୍ରମେ ଦମକଳ ବାହୀନି ର ,୬ ଜଣିଆ ଟିମ ଆସି ସମସ୍ତ ତିନୋଟି ଗଛ କୁ ମୂଳରୁ କାଟି ସଫା କରି ଥିଲେ। ଏଠାରେ ପ୍ରଶ୍ନ ଉଠୁଛି ବ୍ଲକ୍ ଅଫିସ ପକ୍ଷରୁ ଓଡ଼ିଶା ବନ ଉନ୍ନୟନ ନିଗମ କୁ ତିନୋଟି ଗଛ କାଟିବା ପାଇଁ ଦିଆଯାଇଥିବା ୭୭ ହଜାର ଟଙ୍କା ବନ ଉନ୍ନୟନ ନିଗମ ଫେରାଇ କେବେ? ଆମେ ଏହି ବିଷୟ ଉପରେ ବିଡ଼ିଓ ପଦ୍ମନାଭ ପୁରୋହିତ ଙ୍କୁ ପଚାରିବାରୁ ବନ ଉନ୍ନୟନ ନିଗମ କୁ ଯଥା ଶୀଘ୍ର ଚିଠି ଲେଖି ପଇସା ଫେରାଇବା ପାଇଁ କହିବି ବୋଲି ପ୍ରକାଶ କରିଥିଲେ।ସେ ଯାହାବି ହେଉ କୌଣସି ଧନ ଜୀବନ କ୍ଷୟ କ୍ଷତି ନହୋଇ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିଥିବା ଗଛ ତିନୋଟି ବର୍ତ୍ତମାନ ସଫା ହୋଇଯାଇଛି।କୌଣସି ବିଲଡିଙ୍ଗ ର ମଧ୍ୟ ବିଶେଷ କିଛି କ୍ଷୟ କ୍ଷତି ହୋଇ ନ୍ ଥିବା ଜଣା ପଡ଼ିଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!