ନର୍ଲା ବ୍ଲକରେ ୧୧ତମ ଆର୍ଟ ଅଫ ଗୀଭିଂ କାର୍ଯ୍ୟକ୍ରମ।

କଳାହାଣ୍ଡି, (AKN NEWS):,କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସମ୍ମିଳନୀ କକ୍ଷ ଠାରେ ଡ. ଅଚ୍ୟୁତ ସାମନ୍ତ ଙ୍କ ପ୍ରେରଣାରେ ଆର୍ଟ ଅଫ ଗିଭିଂ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମନ୍ତ ସାରଙ୍କ ଜୀବନଦର୍ଶନ କୁ ଭିତ୍ତି କରି ୨୦୧୩ ମସିହାରୁ ପାଳନ ହୋଇଆସୁଥିବା ଏହି କାର୍ଯ୍ୟକ୍ରମ ସମାଜସେବୀ, ବରିଷ୍ଠ ବ୍ୟକ୍ତି , ସଧାରଣ ଜନତା , ମିଶନ ଶକ୍ତୀ ର ମହିଳା ଓ ଅଭିଭାବକ ମାନଙ୍କୁ ନେଇ ଅତି ଶୃଙ୍ଖଳିତ ଭାବରେ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି , ସମ୍ମାନୀତ ଅତିଥି ଭାବେ ବୈଦ୍ୟରାଜ ପବିତ୍ର ଶବର , ଶିକ୍ଷାବିତ୍ ଜିତେନ୍ଦ୍ର କୁମାର ବିଶ୍ବାଳ, ପୂର୍ବତନ ଜିଲ୍ଲା ପରିଷଦ ରୀନା ଭୋଇ, ଯୁବ ସ୍ଵେଚ୍ଛାସେବୀ ପ୍ରକାଶ ଚଦ୍ର ଭୋଇ, ସତ୍ୟସାଇ ସେବା ସଙ୍ଗଠନ ର ସଦସ୍ୟା ପଙ୍କଜିନି ନାୟକ ପ୍ରମୁଖ ଅତିଥି ଉପସ୍ଥିତ ଥିଲେ। ଉକ୍ତ କାର୍ଯକ୍ରମରେ ନର୍ଲା ବ୍ଲକର ନିଶ୍ୱାର୍ଥ ସେବା ପ୍ରଦାନ କରିଥିବା ବ୍ୟକ୍ତି ମିଲନ କୁମାର ଭୋଇ ଙ୍କ ସମେତ ସମସ୍ତ ଅତିଥି ବୃନ୍ଦଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା କଲମ ବଣ୍ଟନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ କେତେ ଜଣ ପ୍ରତିଭାଶାଳୀ ଛାତ୍ରୀ ନୃତ୍ୟ ପରିବେଷଣ କରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି କିସ୍ର ଶିକ୍ଷକ ଟୁକୁଲାଲ ଶବର ଓ କ୍ଷୀରସିନ୍ଧୁ ସାହୁ ପରିଚାଳନା କରିଥିବାବେଳେ ତାଙ୍କୁ ସହଯୋଗ କରିଥିଲେ , ମଶାଣିବନ୍ଦ ସ୍କୁଲର କ୍ରୀଡା ଶିକ୍ଷକ ଅଜିତ କୁମାର ନାଏକ, କିସ୍ ର ପୂର୍ବତନ ଛାତ୍ର ଗୋପୀନାଥ ଶବର, ଅଭିଭାବକ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ ଏବଂ ସମସ୍ତଙ୍କ ପାଇ ଭୋଜନ ବ୍ୟବସ୍ଥା କରାଯାଇଥିଲା । ପରିଶେଷରେ କାର୍ଯ୍ୟକ୍ରମକୁ ଜଳନ୍ଧର ପାତ୍ର ଧନ୍ୟବାଦ୍ ଅର୍ପଣ କରି ସଭାସାଙ୍ଗ କରିଥିଲେ ।


