ଓଡିଶା ଖବର

ରାୟଗଡା -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଦାୟିତ୍ୱ ନେବାପରେ ପ୍ରଥମେ କୃଷକଙ୍କ ଚିନ୍ତା କରି l

ରାୟଗଡା -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଦାୟିତ୍ୱ ନେବାପରେ ପ୍ରଥମେ କୃଷକଙ୍କ ଚିନ୍ତା କରି l

ରାୟଗଡା,(AKN NEWS)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଦାୟିତ୍ୱ ନେବାପରେ ପ୍ରଥମେ କୃଷକଙ୍କ ଚିନ୍ତା କରି ଆଜି ଦେଶରେ ଥିବା 9କୋଟି 26ଲକ୍ଷ ଚାଷୀଙ୍କୁ ପିଏମ କିସାନ ସମ୍ମାନ ନିଧିର 17ତମ କିସ୍ତି ଚାଷୀଙ୍କୁ ହସ୍ତାନ୍ତର କରିଛନ୍ତି। ସାରାଦେଶରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ରାୟଗଡା ଜିଲ୍ଲା ସଦର ମାହକୁମା ରେ ଥିବା ସଂସ୍କୃତି ଭବନ ପରିସରରେ ଏହି ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାୟଗଡା ମୁନିସିପାଲିଟି ଅଧକ୍ଷ ମହେଶ ପଟ୍ଟନାୟକ , ରାୟଗଡା ବ୍ଲକ ଅଧକ୍ଷା, କୃଷି ଅଧିକାରୀ ସୁମନସିଂ ପଟ୍ଟନାୟକ,ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲାକା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ସମେତ ଶତାଧିକ ଚାଷୀ ଉପସ୍ଥିତି ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜିଲ୍ଲାର 43ହଜାରରୁ ଉର୍ଦ୍ଧ ଚାଷୀଙ୍କୁ ପିଏମ କିସାନ ସମ୍ମାନ ନିଧିର 17ତମ କିସ୍ତି ପ୍ରଦାନ କରିଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ରାୟଗଡା ରୁ ତପନ କୁମାର AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!