ଓଡିଶା ଖବର

ବ୍ଳକ ସ୍ତରୀୟ ଜନଶୁଣାଣୀ ଶିବିର ଏକ ପ୍ରହସନ ନୁହେଁ କି? ଦୁର୍ନୀତି କୁ ଲୁଚାଇବା ପାଇଁ ସାମ୍ବାଦିକ ଙ୍କୁ ନାଲି ଆଖି ଦେଖାଉଛନ୍ତି ବିଡ଼ିଓ

ବ୍ଳକ ସ୍ତରୀୟ ଜନଶୁଣାଣୀ ଶିବିର ଏକ ପ୍ରହସନ ନୁହେଁ କି? ଦୁର୍ନୀତି କୁ ଲୁଚାଇବା ପାଇଁ ସାମ୍ବାଦିକ ଙ୍କୁ ନାଲି ଆଖି ଦେଖାଉଛନ୍ତି ବିଡ଼ିଓ

ପାଟଣାଗଡ଼ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କାର୍ଯ୍ୟାଳୟ କନ୍ଫ୍ରେନ୍ସ ହଳ ଠାରେ ବ୍ଳକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଡେପୁଟି କଲେକ୍ଟର, ବ୍ଳକ ଅଧ୍ୟକ୍ଷା କୁମାରୀ ଟିନା କୁମ୍ଭାର, ବିଡ଼ିଓ ରାଜେଶ କୁମାର ମେହେର, ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର,ଏବିଡିଓ ସାରଥି ସାହୁ,ଏପିଓ ସୁପ୍ରଭା ପୁଝାରୀ ,ଜିପିଇଓ ଦେବେନ୍ଦ୍ର ସାହୁ ମଞ୍ଚାସୀନ ଥିଲେ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରୁ ୧୫ ଟି ମନରେଗା ଯୋଜନା ଦୁର୍ନୀତି ଉପରେ ଅଭିଯୋଗ କରାଯାଇଥିଲା। ପ୍ରତ୍ୟେକ ପଞ୍ଚାୟତ ର ପିଇଓ, ସରପଞ୍ଚ,ସମିତି ସଭ୍ୟ, ଗ୍ରାମ ରୋଜଗାର ସେବକ,ଗାଁ ସାଥି ମାନେ ପ୍ରମୁଖ ଉପସ୍ଥିତ ଥିଲେ। ସୋସିଆଲ ଅଡିଟର ପ୍ରତ୍ୟୋକ ସରକାରୀ କାର୍ଯ୍ୟରେ ସୂଚନା ଫଳକ ବିଳମ୍ବ ରେ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ।ଉକ୍ତ ଦୁର୍ନୀତି ବିଷୟରେ ଆଲୋଚନା କରୁଥିଲାବେଳେ ଗଣମାଧ୍ୟମ ପ୍ରତିନିଧି ଭିଡିଓ କରିବା ପାଇଁ ଉଦ୍ୟମକରୁଥିଲା ସମୟ ରେ ହଟାତ ମୋବାଇଲ କୁ ଛଡାଇ ନେଇ ଥିବା ବେଳେ ମୋବାଇଲ ର ଭିଡିଓ ଓ ଫୋଟୋ କୁ କାଟି ଦେଇଥିଲେ କାହିଁକି ବିଡ଼ିଓ ରାଜେଶ କୁମାର ମେହେର ଚିହିଁକି ଉଠି ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ।ବେଲପଡା ବ୍ଳକ ରେ ବିଡ଼ିଓ ରାଜେଶ କୁମାର ମେହେର ଯୋଗଦେବା ପର ଠାରୁ ମନମୁଖୀ କାର୍ଯ୍ୟ କରୁଥିବା ଲୋକଙ୍କୁ ଦୁର୍ବ୍ୟବହାର ଦେଉଥିବା କଥା ଅଞ୍ଚଳରେ ବେଶ୍ ଚର୍ଚ୍ଚା ହୋଇଆସୁଛି। ଏମିତିକି ବ୍ଳକରେ ହେଉଥିବା ପ୍ରତ୍ୟେକ କାର୍ଯ୍ୟ ରେ କାମ ସରିଲା ପରେ ସୂଚନା ଫଳକ ଦିଆଯାଏ ଓ ଟଙ୍କା ହଡପ ହେଉଥିବା ଶୁଣିବାକୁ ମିଳୁଛି। ବ୍ଳକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣୀ ଶିବିର ହେଉ କିମ୍ବା ବ୍ଳକ ଜନଶୁଣାଣୀ ଶିବିର ହେଉ କେବେ ପ୍ରଚାର ପ୍ରସାର କରାଯାଏନାହିଁ ଏବଂ କାର୍ଯ୍ୟକ୍ରମ ର ଗୋଟିଏ ଦିନ ରେ ପ୍ରଚାର କରାଯାଇଥାଏ। ଫଳରେ ଜନସାଧାରଣ ଜାଣି ନପାରି ଅଭିଯୋଗ କରିବା ପାଇଁ ଆସିପାରିନଥାନ୍ତି। ଦୁର୍ନୀତି କୁ ଲୁଚାଇବା ଉଦ୍ଦେଶ୍ୟରେ ବିଡ଼ିଓ ଏପରି କରିଥାନ୍ତି କି ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିପ୍ରତି ବଲାଙ୍ଗିର ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରି ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।

Duryodhana barge nka report AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!