ଓଡିଶା ଖବର
ବେନଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବେନଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଲାଞ୍ଜିଗଡ (AKN NEWS)ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗାର ମହତ୍ୱ ରହିଥିବା ବେଳେ ଆଜି ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି l ତେବେ ସୁସ୍ଥ ଜୀବନ ପାଇଁ ଯୋଗ କେବଳ ଶରୀର ପାଇଁ ନୁହେଁ ମାନସିକ ମାନସିକ ଶାନ୍ତି କରିବା ସହତ ଭବିଷ୍ୟତ ଗଡ଼ିବାର ଏକ ମାଧ୍ୟମ ସହ ଏକଗ୍ରତା ପାଇଁ ଯୋଗ ଗୁରୁତ୍ଵାପୂର୍ଣ୍ଣ l ତେବେ ବେନଗାଁ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଅଞ୍ଚଳର ଅନେକ ଯୁବକ ଯୁବତୀ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେଇଥିବା ବେଳେ ବେନଗାଁ ସ୍ୱାସ୍ଥ୍ୟ ଅଧିକାରୀ ଯୋଗ ବିଷୟରେ ପୁଙ୍ଖାନୁପୁଙ୍ଖନ ଭାବେ ବୁଝିଇ ଥିଲେ l ଉକ୍ତ ଯୋଗ ଦିବସକୁ ବେନଗାଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ସମ୍ପର୍କ ସଂଯୋଜକ କର୍ଣ୍ଣ ସାହୁ ଓ ଲେବ ଟେକନିସିଆନ ମହେନ୍ଦ୍ର ଗହୀର ଏବଂ ଡାକ୍ତର ପିଙ୍କୁ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପ୍ରତିନିଧି ସୁଶାନ୍ତ କୁମାର ମାଝୀ ଙ୍କ ରିପୋର୍ଟ AKN NEWS


