ଅନନ୍ୟ

ପ୍ରତୀକ୍ଷାର ଅନ୍ତ ହୋଇଛି ଏବଂ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀବିଗ୍ରହଙ୍କ ତିନି ରଥ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି ।

ଭୁବନେଶ୍ୱର /ପୁରୀ(AKN NEWS): ଦୁଇଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ଚତୁର୍ଦ୍ଧା ମୂରତି । ବଡଦାଣ୍ଡର ଜନସମୁଦ୍ର ଭିତର ଦେଇ ଅତି ପ୍ରତିକ୍ଷିତ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କ ତିନି ରଥ । ତେଣୁ ଜନ୍ମସ୍ଥାନରେ ଏବେ ଭିନ୍ନ ମାହୋଲ । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି ଧ୍ୱନୀରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନlଦୁଇଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚଞ୍ଚିଛନ୍ତି ଚୁତୁର୍ଦ୍ଧା ମୂରତି । ବଡଦାଣ୍ଡର ଜନସମୁଦ୍ର ଭିତର ଦେଇ ଅତି ପତୀକ୍ଷିତ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କ ତିନି ରଥ । ତେଣୁ ଜନ୍ମସ୍ଥାନରେ ଏବେ ଭିନ୍ନ ମାହୋଲ । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି ଧ୍ୱନୀରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ ।ଅବଶେଷରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ପୂର୍ବରୁ ଗୁଣ୍ଡିଚାମନ୍ଦିର ପାଖ ଶରଧାବାଲିରେ ପହଞ୍ଚିଥିଲେ ବଡବାଡସାମନ୍ତ ବଡ଼ଠାକୁର ଶ୍ରୀବଳଦେବ ଗୋସାଇଁ ଓ ହଳଦୀମୁଖୀ ମା’ ସୁଭଦ୍ରା।ବଳଭଦ୍ରଙ୍କ ତାଳଧ୍ବଜ ପରେ ତାଙ୍କ ପଛେ ପଛେ ଘର୍ଘରନାଦ କରି ଆସି ପହଞ୍ଚିଥିଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ। ତାଙ୍କ ପଛରେ ରହି ରହି ଗୁଣ୍ଡିଚା ମନ୍ଦିିର ଅଭିମୁଖେ ଆସିଥିଲେ ବ୍ରହ୍ମାଣ୍ଡଗୋସାଇଁ କାଳିଆ ଠାକୁର। ଘଣ୍ଟଘଣ୍ଟା ନାଦ ସାଙ୍ଗକୁ ହରିବୋଲ ଧ୍ବନିରେ ପ୍ରକମ୍ପିତ ଉଠିଥିଲା ବଡ଼ଦାଣ୍ଡ। କୌଣସି ଅଘଟଣ ଘଟିନାହିଁ ଏଥର ରଥଯାତ୍ରାରେ।

ବଡ଼ଦାଣ୍ଡ ସତେ ଆଜି ଜନ ସମୁଦ୍ରରେ ପରିଣତ ହୋଇଛି। ସମସ୍ତେ ରଥ ଦୁଇକୁ ଟାଣି ନେବା କ୍ରମରେ ସ୍ୱୟଂଙ୍କୁ ପାଶୋରି ଯାଇଛନ୍ତି। ଘୋର ଘର୍ଘର ନାଦରେ ଗଡ଼ିଚାଲିଥିଲା ରଥ। ଆଜି ପୁଣି ଏକ ହୋଇଥିଲେ ରଥ, ପଥ, ଜଗନ୍ନାଥ।

ସମିର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!