ଓଡିଶା ଖବର

କଳାହାଣ୍ଡି କୁ ୪ ସ୍ୱର୍ଣ୍ଣ ୧ ରୋପ୍ୟ ଉଷୁ ପ୍ରତିଯୋଗିତା 

(AKN NEWS): କଳାହାଣ୍ଡି ରେ ଦିନକୁଦିନ  ଉଷୁ ଖେଳ ଲକପ୍ରିୟ ହେବାକୁ ପାଉଛି ଗତ ୫ ରୁ ୭ ତାରିଖ ୩ଦିନ ଧରି ଛେଣ୍ଡ କଲୋନୀସ୍ଥିତ ମଧୁସୂଦନ ଭବନରେ ହୋଇଥିବା ୩୦ତମ ଓଡିଶା ରାଜ୍ୟ ଉଷୁ ଚମ୍ପିଆନସିପରେ କଳାହାଣ୍ଡି ଜିଲ୍ଲା ଉଷୁ ସଂଘ ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁଙ୍କ ନେତୃତ୍ୱ ରେ କଳାହାଣ୍ଡି ଜିଲ୍ଲାରୁ ଏକ ୯ ଜଣିଆ ଟିମ ଭାଗନେଇ ଥିଲେ

୨୨ଟି ଜିଲାରୁ ଉଭୟ ମହିଳା ଓ ପୁରୁଷ ବର୍ଗରେ ୩୦୦ପ୍ରତିଯୋଗୀ ଏହି

ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାକୁ ଆରଏମ୍‌ସି ଉପକମିଶନର ଅନୀତା ନାଏକ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ଉଷୁ ସଂଘର ପ୍ରତିଷ୍ଠାତା ଅଧ୍ୟକ୍ଷ ଇଂ ସୁଧାଂଶୁଶେଖର ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ଚମ୍ପିଆନ ଟ୍ରଫି ଓ ପଦକ ପ୍ରଦାନ କରିଥିଲେ । ଓଡ଼ିଶା ସଂଘର ସାଧାରଣ ସମ୍ପାଦକ ଇଂ ଯୁବରାଜ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାପାଇଁ ୪ ସ୍ୱର୍ଣ୍ଣ ୧ ରପ୍ୟ ପଦକ ଜିତି ଜିଲ୍ଲା କୁ ଗୌରବ ଆଣିଛନ୍ତି ୧. ଇଚ୍ଛା ସିଂଘ ୭ବର୍ଷ ରୁ କମ ଫାଇଟ ରେ -୨୦ କେଜି ସ୍ୱର୍ଣ୍ଣ , ୨.  କିଷାନ ମାଝୀ ବରିଷ୍ଠ ବିଭାଗରେ -୭୦ କେଜି ସ୍ୱର୍ଣ୍ଣ, ୩. ବିକାଶ ବାଘ  ବରିଷ୍ଠ ପାରମପାରିକ ତାଓଲୁ  ଇଭେଣ୍ଟ ରେ ଦୁଇଟି ସ୍ୱର୍ଣ୍ଣ, ୪. ଭୁବନେ ମାଝୀ  ବରିଷ୍ଠ ଫାଇଟିଙ୍ଗ -୬୦ କେଜି ବିଭାଗ ରେ ରପ୍ୟ ପଦକ ଜିତି ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି ଏହିଖେଳାଳି ମାନେ ଆଗକୁ ଥିବା ଜାତୀୟ ସ୍ତରୀୟ ଚାମ୍ପିୟନସିପ ରେ ଭାଗନେବେ ବୋଲି କଳାହାଣ୍ଡି ଜିଲ୍ଲା ଉଷୁ ସଙ୍ଘ ର ସମ୍ପାଦକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ପଦକ ବିଜେତା ମାନଙ୍କୁ ବିଭିନ୍ନ କ୍ରୀଡ଼ା ସଙ୍ଘ ଓ କ୍ରୀଡ଼ା ପ୍ରେମୀ ମାନେ ଶୁଭେଚ୍ଛା ଜଣାଉଛନ୍ତିl

ବ୍ୟୁରୋ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!