ଓଡିଶା ଖବର

ଗୋଟିଏ ପରିବାର ଗୋଟିଏ ଗଛ କାର୍ଯ୍ୟକ୍ରମ ଉଦଯାପିତ

(AKN NEWS): ସମ୍ବଲପୁର ସାମାଜିକ ସଂସ୍ଥା ଓ ଆଞ୍ଚଳିକ ଲୋକ ସଂଗଠନ ମିଳିତ ସହଯୋଗରେ କେଶାଇ ବାହାଲ ଗ୍ରାମ ପଂଚାୟତ ର ମୁଣ୍ଡକଟା ଗ୍ରାମରେ ଗୋଟିଏ ପରିବାରକୁ ଗୋଟିଏ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ଏହି ଅବସରରେ ଆନିମେଟର ପଦ୍ମିନୀ ବଙ୍କରା ଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବନ୍ୟ ପ୍ରାଣୀ ର ସୁରକ୍ଷା ପାଇଁ ବୃକ୍ଷ ରୋପଣ ଓ ବନ ସୁରକ୍ଷା ର ଆବଶ୍ୟକ ରହିଛି ବୋଲି କହିଥିଲେ। ଅବସର ପ୍ରାପ୍ତ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର କୁମାର ଦାସ ଓ ସୌରୀ ନାରାୟଣ ନାଏକ ବୃକ୍ଷ ରୋପଣ ର ପଦ୍ଧତ୍ତି ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଞ୍ଚଳିକ ଲୋକ ସଂଗଠନର ସଭାପତି ଡମ୍ବରୁ ଧର ନାଏକ, ସାମାଜିକ ସେବା ସଂସ୍ଥା ର ସିଷ୍ଟର ବିରଜିନିଆ କେରକେଟା, ଅଙ୍ଗନ ବାଡ଼ି କର୍ମୀ ଦୁଲେଶ୍ୱରୀ କୁମୁରା, ସି ଆର ପି ସୁଜାତା ନାଏକ,କଵି ଦୟାନିଧି ପାଉଲେ ପ୍ରମୁଖ ଅତିଥି ଭାବରେ ଆଲୋଚନା କରିଥିଲେ। ଏହା ପରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ସୁବର୍ଣା ଖଡିଆ ଓ ମୈଥିଲି ନାଏକ ଙ୍କ ସମେତ ବୟାଷଠି ଟି ପରିବାର ରେ ଗୋଟିଏ ଲେଖାଏଁ ଆମ୍ବ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ରାନ୍ତି, ମା ଲକ୍ଷ୍ମୀ, ମା ବିମଳା, ବାସନ୍ତୀ, ଭାଗ୍ୟଶ୍ରୀ, ଲକ୍ଷ୍ମୀ ବାଇ ଆଦି ସ୍ୱଙ୍ଗ ସହାୟକ ଗୋଷ୍ଟି ର ମହିଳା ଓ ଗ୍ରାମବାସୀ ଶତାଧିକ ପରିମାଣ ରେ ଯୋଗ ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ ବିନୋଦିନୀ ନାଏକ, ଉମା ବତୀ ନାଏକ, କୈଳାଣି ନାଏକ, ଲିଳିମା ନାଏକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏହା ପୂର୍ବରୁ ଚାରମାଲ, ଫଟାଟାଙ୍ଗର, ତେଣ୍ଡା କୁଦର ଆଦି ଗ୍ରାମ ରେ ଅନୁରୂପ ଭାବରେ ପ୍ରତ୍ୟେକ ପରିବାରରେ ଗୋଟିଏ ଲେଖାଏଁ ଚାରା ରୋପଣ କରାଯାଇଥିଲା ।ଶେଷରେ ମୁକ୍ତେଶ୍ଵର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉପାୟରେ ପ୍ରାୟ ଚାରି ଶହ ଚାରା ରୋପଣ ହୋଇ ପାରିଛି ବୋଲି ଜଣା ଯାଇଛି ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!