ଓଡିଶା ଖବର

ରାଉରକେଲା ମହାନଗର ନିଗମ ତରଫରୁ ଜନଶୁଣାଣି ଅନୁଷ୍ଠିତ ୩୦ଟି ଅଭିଯୋଗ ତଥା ସମସ୍ୟାର ହେଲା ଶୁଣାଣି

ରାଉରକେଲା(AKN NEWS): ରାଉରକେଲା ମହାନଗର ନିଗମ ତରଫରୁ ଜନସାଧାରଣଙ୍କ ଆପତ୍ତି ତଥା ଅଭିଯୋଗ ଗୁଡ଼ିକର ସମାଧାନ ଲାଗି ମଙ୍ଗଳବାର ସ୍ଥାନୀୟ ଦେଓଗାଁ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଏଥିରେ ଉପସ୍ଥିତ ରହି ଅଭିଯୋଗକାରୀଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।

ମଙ୍ଗଳବାର ଅନୁଷ୍ଠିତ ଏହି ଜନଶୁଣାଣିରେ ମୋଟ ୩୦ଟି ଅଭିଯୋଗ ଆସିଥିଲା। ଏଥିରେ ୱାର୍ଡ ନମ୍ବର ୭ ଅଧିନରେ ଥିବା ଦେହୁରୀ ବସ୍ତି, ଧୋବିବସ୍ତି, ମୁଣ୍ଡାଟୋଲି, ତେଲୁଗୁପଡାର ଅଭିଯୋଗକାରୀ ଶୁଣାଣି ସ୍ଥଳରେ ପହଞ୍ଚି ସେମାନଙ୍କର ଅଭିଯୋଗ ଦାଖଲ କରିଥିଲେ। । ସେଥିମଧ୍ୟରେ ମୁଖ୍ୟତଃ ଡ୍ରେନ୍ ସମସ୍ୟା, ଷ୍ଟ୍ରିଟ ଲାଇଟ, ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ଫିଟନେସ ପାର୍କ ନିର୍ମାଣ ଆଦି ଅଭିଯୋଗ ଅନ୍ତର୍ଭୁକ୍ତ ଥିଲା ।

ଏହି ଜନଶୁଣାଣିରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଡେପୁଟି କମିଶନର ଶ୍ରୀମତୀ ଅନୀତା ନାୟକ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟଙ୍କ ସହ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ଜନଶୁଣାଣି ପରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି କ୍ଷେତ୍ର ପରିଦର୍ଶନ କରିଥିଲେ। ସେ ଦେଓଗାଁର ଦେହୁରୀ ବସ୍ତି, ରାମବସ୍ତି ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଗସ୍ତ କରି ବିଭିନ୍ନ ସମସ୍ୟାମାନ ଅନୁଧ୍ୟାନ କରିବା ସହ ଏହାର ସମାଧାନ ଉପରେ ଗୁରୁତ୍ଵାରୋପ କରିଥିଲେ। ଏଥି ମଧ୍ୟରେ ଡ୍ରେନେଜ ସମସ୍ୟା, ଶୌଚାଳୟ ସମସ୍ୟା ଓ ପ୍ରଦୂଷଣ ଜନିତ ସମସ୍ୟା ଅନ୍ତର୍ଭୁକ୍ତ ଥିଲା।

ରିପୋର୍ଟର: ବସନ୍ତ କୁମାର ଜେନା AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!