ଅନନ୍ୟ

ଶିକ୍ଷା-ଉପହାର ହେଉଛି ସବୁଠୁ ବଡ଼ ଉପହାରଦନ୍ତେଶ୍ବରୀ ହାଇସ୍କୁଲରେ ଅମୃତ ପାଠ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

(AKN NEWS): ନୂତନ ପୁସ୍ତକ କିଣିବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସମ୍ବଳର ଅଭାବ ହେତୁ ଅନେକ ଛାତ୍ରଛାତ୍ରୀ ଆନୁଷ୍ଠାନିକ ଶିକ୍ଷା ଓ ଜ୍ଞାନ ଆହରଣରୁ ବଞ୍ଚିତ ହେଉଛନ୍ତି। ତେବେ ଶିକ୍ଷା ସମସ୍ତଙ୍କର ଅଧିକାର ଏବଂ ଶିକ୍ଷା-ଉପହାର ହେଉଛି ସବୁଠୁ ବଡ଼ ଉପହାର। ତେଣୁ ବଞ୍ଚିତ ଗୋଷ୍ଠୀର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଅମୃତ ପାଠ୍ୟ ସେବା। ଏହା ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଆହରଣକୁ ସହଜ କରିବା ସହ ସେମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିଶ୍ଚିତ କରିବ ବୋଲି ଅମୃତ ପାଠ୍ୟ ସେବା କାର୍ଯ୍ୟକ୍ରମ ଅବସରରେ ମତ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସଂଗଠନ ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ତରଫରୁ ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅମୃତ ପାଠ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ସଂଗଠନ ସଭାପତି ରଜତ ବଂଶଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଲଖୀରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସଂଗଠକ ଅବିନାଶ ମୁଣ୍ଡ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଭାରତୀୟ ବିଦ୍ୟାଶ୍ରୀନିକେତନ ବେହେରା ଅଧ୍ୟକ୍ଷ ସୁରେନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପ୍ରଧାନଶିକ୍ଷକ ରୁପେନ୍ଦ୍ର ବାଣୁଆ, ସାମ୍ବାଦିକ ନିରଞ୍ଜନ ଛତ୍ରିଆ, ଶିକ୍ଷକ ସଚ୍ଚିଦାନନ୍ଦ ଗଉଡ, ସଂଗଠନ ସହସମ୍ପାଦକ ସୁଶୀଲ ଚନ୍ଦ୍ର ନାଗ ପ୍ରମୁଖ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅତିଥିମାନେ ସ୍ବାଗତ ଯୋଗ୍ୟ ଓ ପ୍ରଶଂସନୀୟ ବୋଲି କହିଥିଲେ। ପ୍ରାରମ୍ଭରେ ବିଦ୍ଯାଳୟର ଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା। ଶିକ୍ଷକ ପ୍ରେମଲାଲ କାଣ୍ଡ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଚକ୍ରଧର ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଆର୍ଥିକ ଅନଗ୍ରସର ମେଧାବୀ ବିଦ୍ୟାର୍ଥୀଙ୍କୁ ତାଙ୍କର ଉଜ୍ଜ୍ବଳ ଭବିଷ୍ଯତ ନିମନ୍ତେ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଥିଲା। ସଂପାଦକ ଭୁଜବଳ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମୋନାଲିସା ନାଏକ, ଶିକ୍ଷକ ନରେନ୍ଦ୍ର ନାଏକ, କୃପାସିନ୍ଧୁ ବେହେରା, ଚନ୍ଦନ ରାଉତ, ହରେକୃଷ୍ଣ ପ୍ରଧାନ, ରାଜେନ୍ଦ୍ର ଭୋଇ, ଜିତେନ୍ଦ୍ର ନାଏକ, ରମେଶ ଚନ୍ଦ୍ର ବେହେରା, ସୌରଭ ସାହୁ, ହରେକୃଷ୍ଣ ନାଏକ, ସୁଜାତା ବାଗ, ସଂଗଠନ କୋଷାଧ୍ୟକ୍ଷ ଭିକାରୀ ଚରଣ ଗୋପାଳ, ଲଳିତ ବାଣୁଆ, ରୂପେଶ ନାଏକ, ଭୀଷ୍ମ ବାଣୁଆ, ଉଗ୍ରସେନ ନାଏକ, ହେମାଳ ବିଶି, ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ସଦସ୍ୟା ତଥା ଛାତ୍ରଛାତ୍ରୀ, ଅବିଭାବକ, ଶିକ୍ଷାପ୍ରେମୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ସକ୍ରିୟ ଭାବେ ଅଂଶଗ୍ରହଣ କରି ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!