ଓଡିଶା ଖବର

ମାଟିଲଗ୍ନା ସାହିତ୍ୟ ସଂସଦର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳିତ ଭାଷା : ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବାହକ

(AKN NEWS): ମାଟିଲଗ୍ନା ସାହିତ୍ୟ ସଂସଦ ମାଲକାନଗିରିର ଚତୁର୍ଥ ପ୍ରତିଷ୍ଠା ଦିବସ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟଠାରେ ପାଳିତ ହୋଇଯାଇଛି। ରାଜ୍ୟସ୍ତରୀୟ ଏହି ଉତ୍ସବରେ ସଂସଦର ପ୍ରତିଷ୍ଠାତା ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ଚିନ୍ତାମଣି ପାତ୍ର, ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ଭୁବନେଶ୍ୱର ପୁରୋହିତ, ଜିଲ୍ଲା ସଭାପତି ସମୀର ମହାପାତ୍ର, ଅଧ୍ୟାପିକା ବାସନ୍ତି ସାହୁ, ନାଟ୍ୟକାର କେଦାରନାଥ ପୁଝାରୀ, ନରସିଂହ ପ୍ରସାଦ ନାଏକ ପ୍ରମୁଖ ଯୋଗଦେଇଥିଲେ। ଜୟନ୍ତ ମହାଲିକ ସଂପାଦକୀୟ ବିବରଣୀ ପାଠ, ଗଣପତି ବାଗ ମଞ୍ଚ ପରିଚାଳନା ଓ ସଂଜୀବ କୁମାର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ଅଧିବେଶନରେ “ଉପାନ୍ତ ଅଞ୍ଚଳରେ ଭାଷା ସଂକଟ” ଶିର୍ଷକ ଆଲୋଚନା ଚକ୍ରରେ ସଂସଦର ଉପଦେଷ୍ଟା ଡ଼. କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ହୃଷିକେଶ ମିଶ୍ର ଓ ଆଲୋଚକ ଭାବେ ନିର୍ମଳ ଚନ୍ଦ୍ର ନାଏକ ଓ ବଙ୍କିମ ମୁଣ୍ଡ ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବେ ସା‌ହିତ୍ୟିକ ଧବଳେଶ୍ଵର ପାତ୍ର, ରାଜେଶ ମୁଣ୍ଡ, ଗୋବିନ୍ଦ ସାହୁ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଶୋଭାଗିନୀ ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ। ମନୋରଞ୍ଜନ ଚାନ୍ଦ ମଞ୍ଚ ପରିଚାଳନା ଓ ମୋହନ କୁମାର ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ତୃତୀୟ ଅଧିବେଶନରେ ସୀମାଞ୍ଚଳ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବରେ ମୁଖ୍ୟ ଅତିଥିଭାବେ ଧର୍ମଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପଟ୍ଟଯୋଷି, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ଜ୍ୟୋତିର୍ବିଦ ମନୋଜ ପଟ୍ଟନାୟକ, ପ୍ରମିଳା ପାଣି,ଡ.ଲକ୍ଷ୍ମୀ ଆମ୍ମା , ବରୁଣ କୁମାର ସାହୁ, ଲକ୍ଷ୍ମୀ ବଗର୍ତ୍ତୀ, ଜ୍ୟୋତିର୍ମୟୀ ରାଉତ ମଞ୍ଚାସୀନ ଥିଲେ। ଭଗବାନ ସିଂ ମାଝୀ ମଞ୍ଚ ପରିଚାଳନା, ରଶ୍ମୀ ପାତ୍ର,ମମତା ସୁଆର,ପ୍ରେମଲାଲ ଜଗତ କବିତା ସଂଯୋଜନା ଓ ନଳୀନୀପ୍ରଭା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ପ୍ରତାପ କିଶୋର ମୁଣ୍ଡ, ଜିତୁ ନାଏକ, କାଳେଶ୍ବର କାଣ୍ଡ, ଶ୍ୟାମସୁନ୍ଦର ଜାଲ, ପଦ୍ମାଳୟା ଦଣ୍ଡସେନା, ସଂଜିବ ମୁଣ୍ଡ, ରାଜେନ୍ଦ୍ର ଦୁରିଆ ପ୍ରମୁଖ ପ୍ରତିଭା ସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମ ପରିଚାଳନାରେ ରାଜ୍ୟ ସଂଯୋଜକ ରାଜେନ୍ଦ୍ର ଦୁରିଆ, ଶାନ୍ତନୁ କୁମାର ପରିଡ଼ା, ମୋହନ ଚରଣ ବିଶି,ବିଶ୍ବପତି ମୁଣ୍ଡ, ସଦୟ ପଧାନ, ଲକ୍ଷପତି ନାଏକ, କୃତ୍ତିବାସ ନାଏକ, ଅଲିଭା ନାଏକ, ସୁମିତା ଲହଜଲ, ପ୍ରତିଭା ସୁନାନୀ, ଚିଙ୍କି ସାଗର, ଚୁଡ଼ାମଣି ମାଝୀ, ଶୋଭା ମେହେର, ଦୀପକ ବୋଡେକ, ନୀହାର ଚଣ୍ଡି, ପ୍ରବୀଣ ବଣିଆ ଓ ଲିଲାମ୍ବର ଗୋପାଳ ପ୍ରମୁଖ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭନ୍ନ ଜିଲ୍ଲାର ଶତାଧିକ କବି କବିତା ପାଠ କରିବା ସହିତ,ମାଟିଲଗ୍ନା ସାହିତ୍ୟ ସଂସଦର କର୍ମକର୍ତ୍ତା, ସାହିତ୍ୟାନୁରାଗୀ ଓ ବୁଦ୍ଧିଜୀବିମାନେ ଯୋଗଦେଇଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!