ମରଣଯନ୍ତା ପାଳଟିଛି ସମରା ଧବଲେଶ୍ଵର ବାବା ପିଠ କୁ ଯିବା ପାଇଁ ରାସ୍ତା

(AKN NEWS): ମରଣଯନ୍ତା ପାଳଟିଛି ସମରା ଧବଲେଶ୍ଵର ବାବା ପିଠ କୁ ଯିବା ପାଇଁ ରାସ୍ତା ଯିବା ଆସିବା ପାଇଁ ହେଲେ ଏମିତି ରାସ୍ତା କେଉଁ ଜାଗାରେ ଥାଏ କି ଇଏ ହଉଛି ବଲାଙ୍ଗିର ଜିଲ୍ଲା ର ସଇଁନ୍ତଲା ବ୍ଲକ ଅନ୍ତର୍ଗତ କେରମେଲି ପଞ୍ଚାୟତ ସମରା ଗ୍ରାମର ଧବଳେଶ୍ଵର ବାବାଙ୍କ ଶୈବପିଠ କୁ ଯିବା ପାଇଁ ରାସ୍ତା ତେବେ ସମରା ଧବଳେଶ୍ଵର ପିଠ ରୁ ଅଧ କିଲୋମିଟର ପଯ୍ୟନ୍ତ ହେବ ବର୍ଷା ପାଣି ହେଲେ ବହୁତ କାଦୁଅ ଅବସ୍ଥାରେ ରାସ୍ତା ରହିଥିବା ବେଳେ ସାଇକେଲ ରେ ଚାଲିବା ତୋ ଦୂରର କଥା ସାଧାରଣ ମଣିଷ ଟିଏ ବି ଚାଲି କି ଯିବାଆସିବା ମଧ୍ୟ କରି ହଉନାହିଁ..ତେବେ ଏହି ରାସ୍ତା ଦେଇ ଅନେକ ଆଖପାଖ ଲୋକମାନେ ମଧ୍ୟ ସମରା ଶିବମନ୍ଦିର କୁ ଭକ୍ତ ମାନେ ଜଳାଭିଷେକ ବା ପୂଜା ଅର୍ଚ୍ଚନା କରିବା ପାଇଁ ହଜାର ହଜାର ଭକ୍ତ ମାନେ ଯିବାଆସିବା କରିଥାନ୍ତି ଯଦି ଏହି ପରି ବର୍ଷା ପାଣି ରେ ରାସ୍ତା କାଦୁଅ ଅବସ୍ଥା ରେ ପଡିରୁହେ ତ ଲୋକ ମାନେ କେମିତି ଯିବା ଆସିବା କରିବେ..ତେବେ ସମରା ଧବଲେଶ୍ଵର ବାବା ଙ୍କ ଶୈବପିଠ ରୂପାନ୍ତର ହୋଇପାରିଛି କିନ୍ତୁ ଯଉ ବାଟରେ ଲୋକେ ପୂଜା ଅର୍ଚ୍ଚନା କରିବା ପାଇଁ ଯିବା ଆସିବା କରନ୍ତି ସେହି ରାସ୍ତା ଏବେ ଯାଏ ଅରୁପାନ୍ତର ବା ରାସ୍ତା ଠିକ ହୋଇ ପାରିଲା ନାହିଁ.. ତେବେ ଏଠାରେ ପ୍ରଶ୍ନ ଉଠୁଛି. କେରମେଲି ପଞ୍ଚାୟତ ର ସରପଞ୍ଚ ଅଶୋକ କୁମାର ସାହୁ କରୁଛନ୍ତି କଣ ? ଏତେ ଦିନ ପର୍ଯ୍ୟନ୍ତ ଚୁପ କାହିଁକି କେରମେଲି ପଞ୍ଚାୟତ ର ସରପଞ୍ଚ ଅଶୋକ କୁମାର ସାହୁ.. ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ସମରା ଧବଲେଶ୍ଵର ବାବା ଙ୍କ ରାସ୍ତା ଉପରେ କେବେ ଦୃଷ୍ଟି ପକାଉଛି
ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS
