ଜିଲ୍ଲା ପାଳଙ୍କ ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି

କୋରାପୁଟ(AKN NEWS): କୁନ୍ଦୁରା ବ୍ଲକ ସଦର ସଭାଗୃହ ଠାରେ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ଭୀ. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆୟଜିତ ହୋଇଥିବା ଏହି ଜନ ଶୁଣାଣିରେ ମୋଟ ୭୫ ଟି ଅଭିଯୋଗ ଶୁଣାଣି ହୋଇଥିଲା। ଏଥି ମଧ୍ୟରୁ ମଧ୍ୟରୁ ବ୍ୟକ୍ତିଗତ ଭାବେ ୪୨ ଜଣ ଅଭିଯୋଗ କରିଥିବା ବେଳେ ଗୋଷ୍ଠିଗତ ଭାବରେ ୩୩ ଅଭିଯୋଗ କରିଥିବା ଜଣା ପଡ଼ିଛି। ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ କେତେକ ଗ୍ରାମ କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ କାଟି ଦେଇଥିବା ସହ ଅଧିକାଂଶ ସମୟରେ ବିଦ୍ୟୁତ ନରହିବା ସତ୍ତ୍ବେ ମଧ୍ୟ ପଞ୍ଚାୟତ ଅଫିସରେ ଅଧିକ ବିଦ୍ୟୁତ ବିଲ ଆସୁଥିବା ନେଇ ଅଭିଯୋଗ କରିଥିବା ଜଣା ପଡ଼ିଛି। କୁନ୍ଦୁରା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ଗ୍ରାମାଞ୍ଚଳ ଗୁଡ଼ିକରେ ସଚ୍ଛ ପାନୀୟ ଜଳ ଯୋଗେଇଦେବା , ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗେଇଦେବା , ଗ୍ରାମାଞ୍ଚଳ ଗୁଡ଼ିକର ରାସ୍ତା ଘାଟ ବ୍ରିଜ ଇତ୍ୟାଦି କରିବା ନେଇ ଲୋକେ ଅଭିଯୋଗ ପ୍ରଦାନ କରିଥିଲେ। ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟ କ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନାବ ଶଙ୍କର , ସିଡିଏମ ଡାକ୍ତର ସୁକାନ୍ତ କୁମାର ଦାସ , ସିଡିଓ ଦେବାଶିଷ ପଟ୍ଟନାୟକ , କୁନ୍ଦୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କପିଳେଶ୍ୱର ତାଣ୍ଡି , ସ୍ଥାନୀୟ ତହସିଲଦାର ବିନୋଦ କୁମାର ନାୟକ , କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା , କୁନ୍ଦୁରା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମର ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟା ସମେତ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
କୋରାପୁଟ କୁନ୍ଦୁରାରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS


