ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ଝାଡୁଧାର ଙ୍କ ମୃତ୍ୟୁ

ନବରଙ୍ଗପୁର,୬/୮/୨୪(AKN NEWS): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଅସ୍ଥାୟୀ ଝାଡୁଧାର ରଞ୍ଜିତ କର୍କରା (୪୦)ଙ୍କ ଗତ କାଲି ବିଶାଖାପାଟଣା ଏକ ଘର ଇ ସ୍ବାସ୍ଥ୍ୟ କେନ୍ଦ୍ର ରେ ପରଲୋକ ଘଟିଛି ।ସେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ୨୦୧୯ ଅକ୍ଟୋବର ମାସ ରେ ଭୁବନେଶ୍ଵର ର ଏଲ୍ ଏଣ୍ଡ କେ ନାମକ ଘୋରଇ ସଂସ୍ଥା ଅଧୀନରେ ନିଯୁକ୍ତି ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଥିଲେ । ଜୁଲାଇ ମାସ ଶେଷ ସପ୍ତାହ ରେ ହଠାତ୍ ଛାତିରେ ବ୍ୟଥା ହେବାରୁ ସେ ପ୍ରଥମେ ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ, ନବରଙ୍ଗପୁର ଜିଲ୍ଲା ସଦରମହକୁମା ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିଲେ। ସେଠାରୁ ସେ ଅଧିକ ଚିକିତ୍ସା ପାଇଁ ବିଶାଖା ପାଟଣା ଚିକିତ୍ସା କେନ୍ଦ୍ର ରେ ଚିକିତ୍ସାଧୀନ ଅବସ୍ଥାରେ ଚିକିତ୍ସା ହେବା ବେଳେ ତାଙ୍କ ପ୍ରାଣ ବାୟୁ ଚାଲିଯାଇଥିଲା। ।ସେ ଜଣେ ସୁଖ୍ୟାତ କର୍ମଚାରି ଭାବେ ସ୍ବାସ୍ଥ୍ୟ କେନ୍ଦ୍ର ରେ ପରିଚିତ ଥିଲେ। ସ୍ବାସ୍ଥ୍ୟ କେନ୍ଦ୍ର ରେ ବହୁମୂଲ୍ୟ ଗଛ ରୋପଣ, ହେଉ, କିମ୍ବା ସ୍ବାସ୍ଥ୍ୟ କେନ୍ଦ୍ର ରେ ସଫେଇ କରିବା ହେଉ ନିଜ କର୍ତ୍ତବ୍ୟ ରେ କେବେ ହେଲେ ଅବହେଳା କରୁ ନ ଥିଲେ। ହଠାତ୍ ସ୍ବାସ୍ଥ୍ୟ କେନ୍ଦ୍ର ରେ ସର୍ପ ବାହାରିଲେ ବିନା ଭୟରେ ସେ ନିଜେ ନିଜ ଉପା ୟରେ ଧରି ଜଙ୍ଗଲ କୁ ନିରାପଦ ରେ ନେଇ ଛାଡୁ ଥିଲେ। ଆଜି ସେହିଭଳି ଜଣେ ବ୍ୟକ୍ତି ଙ୍କୁ ମୃତ୍ୟୁ ପରେ ସାରା ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ ଶୋକ ର ଛାୟା ଖେଳିଯାଇଛି। ଆଜି ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନ ରେ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ମୋନଜ କୁମାର ପାଣିଗ୍ରାହୀ, ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସମାଲାଇ ପ୍ରସାଦ ପଣ୍ଡା, ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ଏଲ ଏଣ୍ଡ କେ ସୁପର ଭାଇଜର କଲ୍ୟାଣ କୁମାର ଉପାସି, ସମେତ ଅନେକ ମାନ୍ୟ ଗଣ ଭ୍ୟକ୍ତି ଆଜି ଶେଷ ଦର୍ଶନ କରିଥିଲେ। ଶେଷରେ ତାଙ୍କୁ ଖ୍ରୀଷ୍ଟିଆନ ଶ୍ମଶାନ ରେ ପାଳକଙ୍କ ଦ୍ୱାରା ଅନ୍ତିମ ସସ୍କାର କରାଯାଇଥିଲା।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍


