ଓଡିଶା ଖବର

ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରୀକ ସମ୍ପର୍କ ସ୍ଥାପନ; ଯୁବକ ଗିରଫ

ବେଲଗୁଣ୍ଠା,09/08, (AKN NEWS): ବେଲଗୁଣ୍ଠା ଥାନା ଅନ୍ତର୍ଗତ ବାଣତୁମ୍ବ ଗ୍ରାମରେ ଜଣେ 22 ବର୍ଷୀୟ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରୀକ ସମ୍ପର୍କ ରଖିବା ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ କରିବାକୁ ଧମକ ଦେବା ଅଭିଯୋଗରେ ଆଜି ବେଲଗୁଣ୍ଠା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି I ସୁଚନା ପ୍ରକାରେ ବାଣତୁମ୍ବ ଗ୍ରାମରେ ଜଣେ ଯୁବତୀଙ୍କୁ ସେହି ଗ୍ରାମର ସୁଶାନ୍ତ ସେଠୀ ନାମକ ଜଣେ ଯୁବକ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଯୁବତୀ ଜଣଙ୍କୁ ପ୍ରାୟ ପାଞ୍ଚମାସ ଧରି ଶାରୀରୀକ ସମ୍ପର୍କ ରଖି ଆସୁଥିଲା I ଯୁବତୀ ଜଣଙ୍କ ସୁଶାନ୍ତକୁ ବିବାହ କରିବା କଥା କହିଲେ ସେ ବାରମ୍ବାର ଏଡ଼ାଇ ଯିବା ସହିତ ବିବାହ କରିବାକୁ ବାଧ୍ୟ କଲେ ସେ ରଖିଥିବା ଯୁବତୀର ଅନ୍ତରଙ୍ଗ. ମୁହୂର୍ତ୍ତର ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡିଦେବାର ଭୟ ଦେଖାଇଥିଲା I ଏନେଇ ଯୁବତୀ ଜଣଙ୍କ ନିଜ ଘରେ ଜଣାଇବା ପରେ ଗ୍ରାମର କିଛି ଭଦ୍ର ବ୍ୟକ୍ତି ଆପୋଷ ସମାଧାନ କରାଯାଇ ପାଞ୍ଚ ଦିନ ମଧ୍ୟରେ ସୁଶାନ୍ତ ଯୁବତୀଙ୍କୁ ବିବାହ କରିବ ବୋଲି ଲିଖିତ ପ୍ରତିଶୃ୍ତି ଦେଇଥିଲା I କିନ୍ତୁ ସୁଶାନ୍ତ ବିବାହ କରିବା ପରିବର୍ତ୍ତେ ଫେରାର ହୋଇଯାଇଥିଲା I ଏ ନେଇ ଯୁବତୀ ବେଲଗୁଣ୍ଠା ଥାନାରେ ଗତ ଚଳିତମାସ 3/8 ତାରିଖରେ ଏତଲା ଦେଇଥିଲା ଏତଲାକୁ ଭିର୍ତିକରି ଥାନା ଅଧିକାରୀ ବନବିହାରି ପ୍ରଧାନ ଘଟଣାର ତଦନ୍ତକରୀ 313/24 ରେ ଏକ ମାମଲା ରୁଜୁକରିବାସହ ଏସ ଆଇ ଅଭୟ ପ୍ରସାଦ ପ୍ରଧାନଙ୍କୁ ତଦନ୍ତଭାର ଦେଇଥିଲେ । ଅଭିଯୁକ୍ତ ସୁଶାନ୍ତ ଫେରାର ହୋଇଯାଇଥିଲା । ଆଜି ଅପରାହ୍ନ ରେ ସୁଶାନ୍ତ ନିଜଗ୍ରାମ ବାଣଟୁମ୍ବ ଆସିଥିବା ଖବର ପାଇ ବେଲଗୁଣ୍ଠା ପୋଲିସ ଚଢ଼ାଉ କରି ସୁସlନ୍ତକୁ ଗିରଫ କରି ଭଞ୍ଜନଗର ମେଡିକାଲରେ ଡାକ୍ତରୀ ମାଇନା କରିବାପରେ କୋର୍ଟ ଚାଲାଣ କରିଥିଲେ

ଭଞ୍ଜନଗର ରୁ ଅକ୍ଷୟ ଶତପଥୀ ରିପୋର୍ଟ Akn New

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!