ଓଡିଶା ଖବର

ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ପୁରୀ ୯/୮ (AKN NEWS): ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସମସ୍ତ ଯୋଜନା ଲୋକ କଲ୍ୟାଣ ଉଦ୍ଦେଶ୍ୟ ରେ କରାଯାଇଥାଏ। ପ୍ରତିଟି ଯୋଜନା ଯେପରି ସଠିକ ହିତାଧିକାରୀଙ୍କ ନିକଟରେ ପହଞ୍ଚେ ଓ କେହି ଏଥିରୁ ବଞ୍ଚିତ ନ ହୁଅନ୍ତି ଏହାକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ।ତେଣୁ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।ପରେ ପୂର୍ତ୍ତ ବିଭାଗର ଅବଢ଼ା ଯୋଜନା ରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ, ରାସ୍ତା ଓ କୋଠାବାଡିର ଉନ୍ନତି କରଣ,ମୁଖ୍ୟମନ୍ତ୍ରୀ ସେତୁ ଯୋଜନା,ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ସେତୁ ବନ୍ଧ ଯୋଜନା, ଜଳ ସମ୍ପଦ ବିଭାଗର ନାବାର୍ଡ ଦ୍ଵାରା ପରିଚାଳିତ ବିଭାଗ ଯୋଜନା ଓ ପ୍ରକଳ୍ପ ,କେନାଲ ମରାମତି ଓ ସୁଦୃଢୀକରଣ,ନଦୀବନ୍ଧ ସୁଦୃଢୀକରଣ, ଡ୍ରେନେଜ ବ୍ୟବସ୍ଥା ରେ ଉନ୍ନତି, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ବସୁଧା,ଜଳ ଜୀବିକା ମିଶନ,ହର ଘର ଜଳ ଯୋଜନା, ପଞ୍ଚାୟତରାଜ ବିଭାଗର ବିଭିନ୍ନ ଯୋଜନା, କୃଷି ବିଭାଗର ଇଣ୍ଟିଗ୍ରେଟେଡ ଫାର୍ମିଂ,ଓଡିଶା ମିଲେଟ ମିଶନ ଯୋଜନା, ପଶୁ ସମ୍ପଦ, ମତ୍ସ୍ୟ, ଉଦ୍ୟାନ ବିଭାଗର ବିବିଧ ଯୋଜନା, ନଗର ଉନ୍ନୟନ ବିଭାଗ ର ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟକାରୀ ବିବିଧ ଯୋଜନା,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ର ପିଏମ ପୋଷଣ, ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା, ସାମାଜିକ କଲ୍ୟାଣ ବିଭାଗର ବିବିଧ ଭତ୍ତା ଓ ଜାତୀୟ ପରିବାର କଲ୍ୟାଣ ଯୋଜନା, ସ୍ୱାସ୍ଥ୍ୟ,ଶିକ୍ଷା, ଶ୍ରମ,କର୍ମ ନିଯୁକ୍ତି, ଶିଳ୍ପ, ହସ୍ତତନ୍ତ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସମୀକ୍ଷା କରିଥିଲେ।ସମୀକ୍ଷା ବୈଠକରେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର,ବ୍ରହ୍ମଗିରି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର,ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶକ ଶ୍ରୀମତୀ ମନୀଷା ବାନାର୍ଜୀ,ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର,ଉପ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ବିଶ୍ୱ ରଞ୍ଜନ ରଥ, ପୁରୀ ପୌରପାଳିକା ର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଯୋଗ ଦେଇଥିଲେ।ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବୈଠକ ପରିଚାଳନା କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ କରିଥିଲେ।ସମୀକ୍ଷା ବୈଠକରେ ଯୋଜନା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ,ସମସ୍ତ ବିଡିଓ ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!