ଜିଲ୍ଲା ସ୍ତରୀୟ ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗୀତା

ଭବାନୀପାଟଣା:(AKN NEWS): ଗତ କାଲି ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟ।ଳୟ ପରିସରରେ ଥିବା ମିଶନ ଶକ୍ତି ସଭାଗୃହ ଠାରେ ଏକ ସୁନ୍ଦରସୁ ଶିଶୁ ସ୍ବାସ୍ଥ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି । ଏହି ସୁସ୍ଥ ପ୍ରତିଯୋଗିତାରେ ଭବାନୀପାଟଣା ସହରାଞ୍ଚଳରୁ ୩୭ ଜଣ ଶିଶୁ ଯୋଗ ଦେଇଥିଲେ । ଛଅ ମାସରୁ ଏକ ବର୍ଷ ଓ ଏକବର୍ଷରୁ ତିନି ବର୍ଷ ଶିଶୁ ମାନଙ୍କୁ ପୃଥକ ପୃଥକ ଭାବେ ସାମିଲ କରି ସେମାନଙ୍କ ପୁଷ୍ଟି ସ୍ଥିତି, ନିୟମିତ ଟୀକାକରଣ, ସଠିକ ସମୟରେ ଅନୁପୂରକ ଖାଦ୍ୟାରମ୍ଭ ସହିତ ଶିଶୁ ମାନଙ୍କ ସକ୍ରିୟତାକୁ ଆକଳନ କରଯାଇଥିଲା ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ବିଜୟ କୁମାର କମ୍ପୋ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମୁଜିବୁନ୍ ନିଶା, ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଦ୍ରୌପଦୀ କହଁର, ମାତୃଶ୍ରୀ ମହିଳା ମଣ୍ଡଳର ନିର୍ଦ୍ଦେଶିକା ସୁଶ୍ରୀ ଶୁଭଲକ୍ଷ୍ମୀ ନାୟକ, ଆଇସିଡିଏସ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ନମିତାରାଣୀ ପଲ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀଯୁକ୍ତ ବିଶ୍ଵନାଥ ଦାଶ, ପୋଷଣ କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟରତ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଅଜୟ ବିହାର, ବାଲ୍ୟ ବିବାହ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଥିବା ଜିଲ୍ଲା ପରାମର୍ଶ ଦାତା ଶ୍ରୀଯୁକ୍ତ ଦିବ୍ୟରଞ୍ଜନ ଯୋଷି, ଭବାନୀପାଟଣା ସହରାଞ୍ଚଳର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଅଞ୍ଜଳି ପ୍ରଧାନ, ମହିଳା ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରଣୀ ନାଏକ ଓ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ଥିଲେ । ପ୍ରତିଯୋଗୀତାରେ ଉଭୟ ବର୍ଗରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଚୟନ ହୋଇଥିବା ଶିଶୁ ମାନଙ୍କୁ ଆସନ୍ତା ଜିଲ୍ଲା ସ୍ଵାଧୀନତା ଦିବସ ଉତ୍ସବ ପାଳନ ଅବସରରେ ପୁରସ୍କୃତ କରାଯିବ ।
ବ୍ୟୁରୋ ରିପୋର୍ଟ AKN NEWS


