ଓଡିଶା ଖବର

ଡାକ୍ତର ଖାନା କୁ ରୋଗ ଦେଖେଇବାକୁ ଆସିଥିବା ଦୁଇ ମହିଳା ଦୁଷ୍କର୍ମ ଶିକାର ଅଭିଯୋଗ

ଭୁବନେଶ୍ୱର(AKN NEWS): ଡାକ୍ତର ଖାନାକୁ ରୋଗ ଦେଖିବା ପାଇଁ ଆସିଥିବା ଦୁଇ ମହିଳା ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିବା ଖବର ଆମ ହସ୍ତଗ ହୋଇଛି ମିଳିଥିବା ଖବର ଅନୁଯାଇ lଚିକିତ୍ସା ପାଇଁ ଆସିଥିବା ୨ ମହିଳା ରୋଗୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହା ପୁଣି ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ। କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‍ପିଟାଲରେ ଏହି ଘଟଣା ଘଟିଛି। ପାଲଟା ଜବାବରେ ଡାକ୍ତରଙ୍କ ଏପରି କାଣ୍ଡକୁ ନେଇ ଉତ୍ୟକ୍ତ ପରିବାର ଲୋକେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ସମ୍ପୃକ୍ତ ଡାକ୍ତର ଏବେ ଆଇସିୟୁରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।କଟକ ମଙ୍ଗଳାବାଗ ଥାନାରେ ହୋଇଥିବା ଏତଲା ଅନୁସାରେ ଗତ ଶୁକ୍ରବାର ଦିନ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଦୁଇଜଣ ମହିଳା ହୃଦ୍‍ରୋଗ ବିଭାଗକୁ ଆସିଥିଲେ। ତାଙ୍କର ଇସିଜି କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ରବିବାରଦିନ ସେମାନେ ଇସିଜି ପାଇଁ ସମ୍ପୃକ୍ତ ବିଭାଗରେ ପହଞ୍ଚିବା ପରେ ତାଙ୍କର ଇସିଜି କରିଥିଲେ। ଏହି ସମୟରେ ସମ୍ପୃକ୍ତ ଦୁଇ ମହିଳାଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଆଜି ଏଥିନେଇ ଏମାମଲା ରୁଜୁ ହୋଇଥିବା ଅତିରିକ୍ତ ଏସ୍‍ପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ମାମଲାକୁ ଭିତ୍ତିକରି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପୁଲିସ ଏନେଇ ତଦନ୍ତ କରୁଛି। ଆବଶ୍ୟକ ସ୍ଥଳେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଯିବ।ଅପଟେ ଏହି ଘଟଣା ଘଟଣାତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟବିଭାଗକମିଟିରେ DMET ସନ୍ତୋଷ ମିଶ୍ର, SCB ଅଧୀକ୍ଷକ ସୁଧାଂଶୁ ମିଶ୍ରଯୁଗ୍ମ DMET ରୋମା ରତନ ମଧ୍ୟ କମିଟିରେ ସ୍ଥାନିତ

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!