ଗୋଲାମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

(AKN NEWS): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଜେପି ତରଫରୁ ଶୁକ୍ରବାର ସକାଳ ୧୧ ଟା ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ପ୍ରଦୀପ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ବୃଷବ ନାଏକ,ସାଧାରଣ ସମ୍ପାଦକ ବୈଶାଖୁ କେତକୀ, ବରିଷ୍ଠ କାର୍ଯ୍ୟକର୍ତା ପ୍ରସନ୍ନ ରାଉତ, ମୁରଲୀ ମାଝୀ, ପୂର୍ବ ତନ ରୋଗୀ କଲ୍ୟାଣ ସମିତି ସାଂସଦ ଙ୍କ ପ୍ରତି ନିଧି ଶ୍ୟାମ ସୁନ୍ଦର ଅଗ୍ରୱାଲ, ଦୁଖୀ ପଟେଲ, ଜ଼ିଲ୍ଲା ଯୁବମୋର୍ଚ୍ଚା ସଦସ୍ୟ ସମୀର ସାହୁ, ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ବିଷ୍ଣୁ କାଣ୍ଡ, କୃଷକ ମୋର୍ଚ୍ଚା ସଭାପତି ରାଧେ ନାଗ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସୌମ୍ୟ ରଞ୍ଜନ ପଣ୍ଡା, ଉପେନ୍ଦ୍ର ସିପକା, ଯୁବରାଜ ମଙ୍ଗରାଜ, ଗଙ୍ଗା ମୁଣ୍ଡ, ଭୂପେନ୍ଦ୍ର ସାହୁ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ଅଟଳ ବିହାରୀ ବାଜପେୟୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ଜୀବନୀ ଓ ସଂଘର୍ଷ ବିଷୟରେ ଆଲୋକପାତ କରିଥିଲେ
dhramgarh upa khanda ru shyam sundar agrawal akn news


