ଓଡିଶା ଖବର

ଏନ୍ ଏସ୍ ଏସ୍ ଆନୁକୁଲ୍ୟରେ ସ୍ଵତନ୍ତ୍ର ବୃକ୍ଷରୋପଣ ଶିବିର ଉଦ୍‍ଘାଟିତ

ଏନ୍ ଏସ୍ ଏସ୍ ଆନୁକୁଲ୍ୟରେ ସ୍ଵତନ୍ତ୍ର ବୃକ୍ଷରୋପଣ ଶିବିର ଉଦ୍‍ଘାଟିତ

ଭବାନୀପାଟଣା ୧୬/୦୮: ସରକାରୀ ମହିଳା ମହାବିଦ୍ୟାଳୟ ଭବାନୀପାଟଣା ଏନ୍ ଏସ୍ ଏସ୍ ୟୁନିଟ ଦ୍ଵାରା ଏକ ସ୍ଵତନ୍ତ୍ର ବୃକ୍ଷରୋପଣ ଶିବିର ଉଦ୍‍ଘାଟିତ ହୋଇଅଛି । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ରାଧାରଣୀ ନାୟକ ଏହି ସ୍ଵତନ୍ତ୍ର ଶିବିରର ଆଭିମୁଖ୍ଯ ସମ୍ପର୍କରେ ବିଷଦ୍‍ ଆଲୋଚନା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ କିପରି ସାରା ଓଡିଶାରେ ପାଞ୍ଚଲକ୍ଷରୁ ଉର୍ଦ୍ଧ ବୃକ୍ଷରୋପଣ କରାଯିବ ଏବଂ ତାହାର ଯତ୍ନ ନିଆଯିବ ସେ ସମ୍ପର୍କରେ ମଧ୍ୟ ଡ଼ଃ ନାୟକ ଆଲୋକପାତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ତ୍ରିଲୋଚନ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସମସ୍ତ ସ୍ଵେଚ୍ଛାସେବୀ ମାନଙ୍କୁ ନିଜ ମା’ଙ୍କ ନାମରେ ଘଛ ଲଗାଇ ପୃଥିବୀ ମାତାର ଋଣ କିଛି ମାତ୍ରାରେ ପରିଶୋଧ କରିବାକୁ ଆହ୍ୱାନ ଦେବା ସହିତ ସମସ୍ତ ଛାତ୍ରୀ ମାନଙ୍କୁ ନିଜ ଘରେ ଗୋଟିଏ ଗୋଟିଏ କିଚେନ ଗାର୍ଡେନ କରିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଶ୍ରୀ ପ୍ରବୀର କୁମାର ମଲ୍ଲିକ ଏବଂ ଡ଼ଃ ସୁରେଶ୍ଵରୀ ବାଗ ଯୋଗ ଦେଇଥିଲେ । ସବା ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ସ୍ଵେଚ୍ଛାସେବୀ ମାନେ ଯଥା ମଧୁସ୍ମିତା ବାଗ, ଅର୍ଚ୍ଚନା ପାତ୍ର, ସାତ୍ତିକା ମାଝୀ, ଦୁବକାନ୍ତା ତାଣ୍ଡି, ନଗମା ସେନାପତି, ଅଙ୍କିତା ସିଂ, ଶିବାନୀ ବାଗ, ବିଦୂସ୍ମିତା ସବର, ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!