ଓଡିଶା ଖବର

ଭାତପୁରାରେ ସ୍କୁଲ ସମୂହ ର ଗଙ୍ଗାଧର ମେହେର ଜୟନ୍ତୀ : ମାତୃଭୂମି ଓ ମାତୃଭାଷାକୁ ଭଲ ପାଇବା ହିଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମତ ପ୍ରକାଶ 

ଜମନକିରା : 29/8(AKN NEWS): ଭାତପୁରା ସ୍ଥିତ ପଂଚାୟତ ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ପ୍ରଧାନ ଶିକ୍ଷକ କଵି ରତନ ଲାଲ ସିଂ ଙ୍କ ସଭା ପତିତ୍ୱରେ ଅଂଚଳ ର ସ୍କୁଲ ଗୁଡିକର ଛାତ୍ର, ଛାତ୍ରୀ ସମୂହ କୁ ନେଇ ସ୍ୱଭାବ କଵି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସୁ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାତୃ ଭୂମି ଓ ମାତୃ ଭାଷା କୁ ଭଲ ପାଇ ତାର ଉନ୍ନତି ସାଧନ କରିବା ହିଁ ଗଙ୍ଗାଧରଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁମିତା ବହିଦାର, ଖଗେଶ୍ୱର ନାୟକ, ସୁମନ୍ତ କୁମାର ମହାକୁଳ, ସୁବ୍ରତ ପଣ୍ଡା ଓ ପ୍ରଦୀପ୍ତ ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କଵି ମେହେରଙ୍କ ସାହିତ୍ୟ ଓ ଜୀବନୀ ଉପରେ ଆଲୋଚନା କରିଥିଲେ । ଏଥି ସହିତ ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରୁ ଉଚ୍ଚ କୋଟିର ବକ୍ତୃତା ପାଇଁ ସୁହାନି ବାରିକ, ପୂଜା ସିଂ, ଦୀପିକା ଲୁହୁରା, ଶିବୁ ପାତ୍ର ଓ ଦୀପିକା ସିଂ ଙ୍କୁ ପୁରସ୍କୁତ କରାଯାଇଥିଲା । ଉତ୍ସବ ପ୍ରାରମ୍ଭରେ କଵି ମେହେର ଙ୍କ ସହିତ ଆଜି ଜାତୀୟ ଖେଳ ଦିବସ ହୋଇଥିବାରୁ ହକି ର ଯାଦୁଗର ଧ୍ୟାନ ଚାନ୍ଦ ଙ୍କ ତୈଳ ଚିତ୍ରସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରି ଉଭୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଶେଷରେ ଅନ୍ୟତମ ଆୟୋଜକ ସ୍ଥାନୀୟ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଧନରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀ ମନେ ମେହେର ସଂଗୀତ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!