ଓଡିଶା ଖବର

ନର୍ଲା ରେଞ୍ଜର ଆମ୍ବବଗିଚାରେ ମାଈହାତୀର ମୃତଦେହ ଠାବ

(AKN NEWS): କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ଗାଁ ନିକଟରେ ଥିବା ଏକ ଆମ୍ବ ବଗିଚାଠାରେ ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ଆମ୍ବ ବଗିଚାରେ ହାତୀ ମୃତ୍ୟୁ ହୋଇଥିବା ଗାଁ ଲୋକେ ସକାଳୁ ଦେଖିବାକୁ ପାଇଥିଲେ।

ପରେ ନର୍ଲା ବନବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ଓ ଡାକ୍ତରୀ ଦଳ ପହଞ୍ଚି ତଦନ୍ତ କରୁଛି।ମୃତ ମାଈ ହାତୀର ବୟସ ୮ରୁ ୯ବର୍ଷ ହୋଇଥିବା ଅନୁମାନ କରାଯାଉଛି। ମୃତ ହାତୀର ପାଟି, ନାକ ଓ କାନରେ ଦାଗ ଥିବା ଦେଖିବାକୁ ମିଳୁଛି। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି।

ଭବାନୀପାଟଣା ରୁ ବିଷ୍ଣୁ ଚରଣ ସ୍ୱାଇଁ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!