ବନ ଓ ବନ୍ୟ ପ୍ରାଣୀଙ୍କ ପ୍ରେମରେ ସମାଜସେବୀ ସୁବାସ ନାୟକ

(AKN NEWS): ବନ ଓ ବନ୍ୟ ପ୍ରାଣୀଙ୍କ ପ୍ରେମରେ ସମାଜସେବୀ ସୁବାସ ନାୟକ ସମ୍ଭବତଃ 1983-84 ମସିହାର କଥା। ଲାଲ ଲାଜପତ ରାୟ ଆଇନ ମହାବିଦ୍ୟାଳୟ, ସମ୍ବଲପୁର ର ଛାତ୍ର ଟିଏ ସୁବାସ ଚନ୍ଦ୍ର ନାୟଜ ।
ସମାଜ ସେବା ପ୍ରତି ପିଲାଟି ବେଳରୁ ରୁଚି ରଖି ଥିବା ଶ୍ରୀ ନାୟକ ପାଠ ପଢା ସହ ନେହେରୁ ଯୁବ କେନ୍ଦ୍ର, ସମ୍ବଲପୁରର ଜଣେ ଜାତୀୟ ସ୍ବେଛାସେବୀ ଭାବରେ ଯୋଗ ଦେଇ ସମଗ୍ର ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଯୁବକ ସଂଘ ଓ ମହିଳା ସମିତି ମାଧ୍ୟମରେ ରଚନାତ୍ମକ କାମ କରି ବେଶ ସୁନାମ ଅର୍ଜନ କରି ସାରିଥାନ୍ତି।ତାଙ୍କ ନିଜ ଅଂଚଳ ରେ ସ୍ଥାପନ କରିଥିବା ଯୁବକ ସଂଘ ମାନଙ୍କ ମଧ୍ୟରେ ଚନ୍ଦିନୀ ମାଲ ସ୍ଥିତ ହୀରାଧର ଯୁବକ ସଂଘ ଅଧିକ ଚଳ ଚଂଚଳ ଥାଏ। ବହୁ କାର୍ଯ୍ୟକ୍ରମର ସଫଳତା ଓ ଗାଁ ରେ ଥିବା ଏକର, ଏକର ଖାଲି ପଡିଆକୁ ଦେଖି ଶ୍ରୀ ନାୟକ ବୃକ୍ଷ ରୋପଣ ପାଇଁ ପ୍ରସ୍ତାବ ଦିଅନ୍ତି। ସଂଘର ତତ କାଳୀନ କର୍ମକର୍ତ୍ତା ଏହାକୁ ସାଦରେ ଗ୍ରହଣ କରି ସ୍ବେଛାସେବୀ ମାନଙ୍କୁ ନେଇ ପ୍ରାୟ ଦୁଇ ହଜାର ଚାରା ରୋପଣ କରି ତାଙ୍କୁ ବଞ୍ଚାଇ ଗାଁ କୁ ସବୁଜ ସୁନ୍ଦର କରି ପାରିଥିଲେ । ସେତେ ବେଳେ ସଂଘକୁ ଅବିଭକ୍ତ ଜିଲ୍ଲାର ଏକ ମାତ୍ର ଅନୁଷ୍ଠାନ ଭାବରେ ପ୍ରକୃତି ମିତ୍ର ପୁରସ୍କାର ପାଇ ଥିବା ବେଳେ ପରବର୍ତ୍ତୀ ସମୟରେ ସଂଘର ଜଣେ ସକ୍ରିୟ ସଭ୍ୟ ସୁଗତ କୁମାର ପଟେଲ ମଧ୍ୟ ପ୍ରକୃତି ବନ୍ଧୁ ରେ ସମ୍ମାନିତ ହୋଇ ପାରିଛନ୍ତି।ଶ୍ରୀ ପଟେଲ ସୁବାସ ବାବୁଙ୍କ ପ୍ରେରଣା ଓ ସହଯୋଗ କୁ ଭୁରି ଭୁରି ପ୍ରଶଂସା କରନ୍ତି ।
ପରେ ଓକିଲାତି ସହ ସମାଜ ସେବାକୁ ଶ୍ରୀ ନାୟକ ଜୀବନର ବ୍ରତ କରିଥିଲେ ମଧ୍ୟ 2091 ରୁ ଅଧ୍ୟାପନା କ୍ଷେତ୍ର କୁ ବାଛି ନେବା ପରେ ପରିବେଶ ସୁରକ୍ଷା, ବନ ସୁରକ୍ଷା ଓ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ଅଧିକ ସମୟ ଦେଇ ପାରିଥିବା ଦେଖା ଯାଏ ।ନିଜେ ଅଧ୍ୟକ୍ଷ ଥିବା କୁଟୁରା ଚୁଆଁ କଲେଜ ର ଦୁଇ ଅସ୍ଥାୟୀ ପରିସର ଓ ଏବେକାର ସ୍ଥାୟୀ ପରିସରକୁ ସବୁଜ ସୁନ୍ଦର କରି ବେଶ ଆକର୍ଷଣୀୟ କରି ପାରିଛନ୍ତି। ସେଥିପାଇଁ ଏହି ଅନୁଷ୍ଠାନକୁ ବନୀ କରଣ ପାଇଁ ଦୁଇ ଦୁଇ ଥର କୁଚିଣ୍ଡା ଉପଖଣ୍ଡ ର ଶ୍ରେଷ୍ଠ ଅନୁଷ୍ଠାନ ଭାବରେ ଜଙ୍ଗଲ ଓ ପରିବେଶ ବିଭାଗ ଅର୍ଥ ରାଶି ସହ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି।
ସେ କେବଳ ନିଜ ଶିକ୍ଷାନୁଷ୍ଠାନ ଭିତରେ ସୀମିତ ନ ରହି କୁଚିଣ୍ଡା ଉପଖଣ୍ଡ ସମେତ ଦେବଗଡ ଜିଲ୍ଲାରତିଳେଇବଣି,ଝାରସୁଗୁଡା ଜିଲ୍ଲାର କୋଲାବିରା ଓ ପଡୋଶୀ ରେଙ୍ଗାଳି, ଯୁଯୁମୁରା, ମାନେଶ୍ଵର ଆଦି ବ୍ଲକ ରେ ମଧ୍ୟ ସାହସ୍ରାଧିକ ବୃକ୍ଷ ରୋପଣ କରି ପାରିଛନ୍ତି। ନିଜ ଗ୍ରାମ ସାତକମା ରେ ମଧ୍ୟ ତିନୋଟି ଜଙ୍ଗଲ ସୁରକ୍ଷାରେ ଗ୍ରାମବାସୀଙ୍କ ସହ ପ୍ରମୁଖ ଭାଗ ନେଇଥିବା ବେଳେ ପ୍ରତ୍ୟେକ ବର୍ଷ ତାଙ୍କ ପତ୍ନୀ ଶିକ୍ଷୟିତ୍ରୀ ପଙ୍କଜିନୀ ନାୟକ ଙ୍କ ନେତୃତ୍ୱରେ ମହିଳା ମାନେ ଶୋଭାଯାତ୍ରାରେ ଯାଇ ଜଙ୍ଗଲ ର ବୃକ୍ଷ ମାନଙ୍କୁ ରକ୍ଷୀ ବାନ୍ଧି ରକ୍ଷା ବନ୍ଧନ କୁ ନିଆରା ଢଙ୍ଗରେ ପାଳିଥାନ୍ତି। ଏହି ଉଜୁଡା ଜଙ୍ଗଲ କୁ ସଜାଡ଼ିବା ସହ ବନ୍ୟ ପଶୁ ଙ୍କ ପାଇଁ ଆଶ୍ରୟର ନିର୍ଭର ଶୀଳ ସ୍ଥାନ ଭାବରେ ଗଢି ତୋଳିବାରେ ଲାଗି ପଡିଛନ୍ତି । ଏହି ସବୁ କାରଣ ପାଇଁ ସେ କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକ ପାଇଁ ତିନି ତିନି ଥର ପ୍ରକୃତି ବନ୍ଧୁ ପୁରସ୍କାର ପାଇ ସାରିଛନ୍ତି.। ସେ ଏବେ ଅଖୋଜ ବାମଣ୍ଡାର ପୂର୍ବ ଇତିହାସ କୁ ଫେରି ଆଣିଵାକୁ ହାତୀ ଓ ଅନ୍ୟାନ୍ୟ ବନ୍ୟ ପଶୁଙ୍କୁ ଲୋକେ ଶତ୍ରୁ ନ ଭାବି ଭଲ ପାଇବା ସକାଶେ ଉଦ୍ୟମ ରତ। ଉଷା କୋଠି ଅଭୟରଣ୍ୟ ପରିଚାଳନା କମିଟି ରେ ଉପଦେଷ୍ଠ ମଣ୍ଡଳୀ ସଭ୍ୟ ଭାବରେ ସେ ମଣିଷ ଓ ବନ୍ୟ ପ୍ରାଣୀ ଭିତରେ ମିତ୍ରତା ପାଇଁ ସେ ଦିନ ରାତି କାର୍ଯ୍ୟରତ।
ପ୍ରଥମେ ସେ ନିଜ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ମାନ କରୁଥିବା ବେଳେ ଜଣେ ସୁସାହିତ୍ୟିକ ଭାବରେ ପରିଚିତ ସୁବାସ ବାବୁ ସମ୍ବାଦ ସାହିତ୍ୟ ଘର, କୁଚିଣ୍ଡାର ସଭାପତି ଭାବରେ 2018 ରୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ ପ୍ରେରଣାରେ ବୃକ୍ଷ ରୋପଣକୁ ସାହିତ୍ୟ ସହିତ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରି ନେଇଛନ୍ତି ।କୁଚିଣ୍ଡା ସହରର ଅରୁନୋଦୟ ମାନସିକ ଭିନ୍ନ କ୍ଷମ ସ୍କୁଲ କୁ ପୌଷ୍ୟ ଭାବରେ ଗ୍ରହଣ କରି କୁତ୍ରିମ ଜଙ୍ଗଲ ସୃଷ୍ଟି କରି ସବୁଜିମାରେ ପରିଣତ କରାଯାଇ ପାରିଛି । ଏଥି ପାଇଁ ଏହି ସ୍କୁଲ ମଧ୍ୟ ରାଜ୍ୟ ସରକାର ପ୍ରକୃତି ମିତ୍ର ପୁରସ୍କାର ଲାଭ କରିପାରିଛି। ଏବେ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟରେ ବିଗତ ଚାରିବର୍ଷ ହେଲା ସାହସ୍ରାଧିକ ଚାରା ରୋପଣ କରି ପାରିଛନ୍ତି।ବିଭିନ୍ନ ସ୍କୁଲ ଓ କଲେଜ ରେ ବନ୍ୟ ପ୍ରାଣୀ ପାଇଁ ଜଙ୍ଗଲ ର ସୁରକ୍ଷା ର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ଚକ୍ର ଆୟୋଜନ କରି ଜନ ସଚେତନତା ପ୍ରକାଶ କରି ଆସୁଛନ୍ତି। ସରକାରୀ ସମ୍ମାନ ସହିତ ଶ୍ରୀ ନାୟକ ଙ୍କୁ କୁଚିଣ୍ଡା ସହରର ଅଗ୍ରଣୀ ଅନୁଷ୍ଠାନ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ, ମହିଳା କଲେଜ, ସରକାରୀ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, କୁଚିଣ୍ଡା ବ୍ଲକ ଅଂଚଳର କୁଟୁରାଚୁଆଁ କଲେଜ, ବଳରାମ ସରକାରୀ ଉଚ୍ଚ ବିଦ୍ୟାଳୟ, କୁସୁମୀ,କୁଟୁରାଚୁଆଁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗ୍ରାମ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ,ହାଡ଼ିପାଲି, ବାମରା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ, ବାମରା, କେଶଇବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ପି ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜରାବଗା, ପଂଚାୟତ ଜନତା ଉଚ୍ଚ ବିଦ୍ୟାଳୟ, ସଗରା,ଜମନକିରା କିରା ବ୍ଲକର ଜମନକିରା କଲେଜ, ପଂଚାୟତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନାଢ଼ିପା, ପଂଚାୟତ ଉଚ୍ଚ ନିଦ୍ୟାଳୟ, ଭାତପୁରା, ରେଙ୍ଗାଳି ବ୍ଲକ ର ଡି ପି ଏ ସରକାରୀ ଉଚ୍ଚ ବିଦ୍ୟାଳୟ, ରେଙ୍ଗାଲୋଇ, ଡି ଏସ କଲେଜ, ଲଇଡା, କୋଲାବିରା ବ୍ଲକ ର ଡି ପି ଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଘମରା, ସମଲେଶ୍ୱରୀ ସମାଜ ସେବା ସଂଘ, କୋଲାବିରା, ତିଳେଇବଣି ବ୍ଲକ ରା ସାହାଜବାହାଲ ଆବାସିକ ବିଦ୍ୟାଳୟ, ଝାରସୁଗୁଡା ଜିଲ୍ଲା କୋଲାବିରା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ, ବସୁମତୀ ବିଜ୍ଞାନ ମହାବିଦ୍ୟାଳୟ, ସମାସିଂହା ଆଦି ପଚାଶ ଟି ଅନୁଷ୍ଠାନ ବନ ଓ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ସମ୍ମାନିତ କରିଥିବା ଜଣା ଯାଇଛି । ପ୍ରକାଶ ଥାଉ କି, ଶତାଧିକ କର୍ମୀ,ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ଉଭୟ କାର୍ଯ୍ୟରେ ନିଜକୁ ସମ୍ପର୍ପି ଦେଇ ଥିବା ବେଳେ ଶିକ୍ଷକ ବସନ୍ତ ସାହୁ, ହର୍ଷ ବର୍ଦ୍ଧନ ସାହୁ, ଦୀନବନ୍ଧୁ ପଟେଲ, ସୌଦାମିନୀ ପଟେଲ, ତୁଳସୀ ମଞ୍ଜରୀ ବହିଦାର, ଅବସରପ୍ରାପ୍ତ ଉଦ୍ୟାନ କର୍ମଚାରୀ ରବୀନ୍ଦ୍ର ଦାସ, ସାମାଜିକ କର୍ମୀ ସରୋଜ ମେହେର, ପ୍ରଦ୍ୟୁମ୍ନ ବିଶି, କିଶୋର ବାଘ ଆଦି ଦଶ, ବାର ଜଣ ପ୍ରକୃତିବନ୍ଧୁ ପୁରସ୍କାର ମଧ୍ୟ ପାଇ ପାରିଛନ୍ତି । ରୋପ ସମେତ କିଛି ଅନୁଷ୍ଠାନ ପ୍ରକୃତି ମିତ୍ର ସମ୍ମାନ ଲାଭ କରି ପାରିଛନ୍ତି ।
ବ୍ୟୁରୋ ରିପୋର୍ଟ AKN NEWS


