ସ୍କାଉଟସ୍ ର ତୃତୀୟ ସୋପାନ୍ ପରୀକ୍ଷା ଶିବିର,ପି ଏମ୍ ଶ୍ରୀ କେନ୍ଦ୍ରିୟ ବିଦ୍ୟାଲୟ ଭବାନୀପାଟଣା ଠାରେ ଆୟୋଜିତ ହୋଇଛି

(AKN NEWS): ସ୍କାଉଟସ୍ ର ତୃତୀୟ ସୋପାନ୍ ପରୀକ୍ଷା ଶିବିର,ପି ଏମ୍ ଶ୍ରୀ କେନ୍ଦ୍ରିୟ ବିଦ୍ୟାଲୟ ଭବାନୀପାଟଣା ଠାରେ ଆୟୋଜିତ ହୋଇଛି, ଯାହାର ଦ୍ୱିତୀୟ ଦିନରେ, 15/9/2024 ଦିନ ମାନ୍ୟବର ସାଂସଦା ମାଲବିକା ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସନ୍ଧ୍ୟା କ୍ୟାମ୍ପଫାୟାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମ ସମୟରେ ଛାତ୍ରଛାତ୍ରୀମାନେ ଗୀତ, ନୃତ୍ୟ, ଯୋଗ ପ୍ରଦର୍ଶନ ଇତ୍ୟାଦି ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ | ଏହା ବ୍ୟତୀତ ସ୍କାଉଟ୍ ଟ୍ରେନରମାନଙ୍କ ଦ୍ୱାରା ଉତ୍କୃଷ୍ଟ ଉପସ୍ଥାପନା ମଧ୍ୟ କରାଯାଇଥିଲା |
ପ୍ରିନସିପଲ୍ ଶ୍ରୀ ଭୀମସେନ ପଣ୍ଡା ସାଂସଦଙ୍କ ସମ୍ମୁଖରେ ବିଦ୍ୟାଳୟର ସଂକ୍ଷିପ୍ତ ବର୍ଣ୍ଣନା ଉପସ୍ଥାପନ କରିଥିଲେ। ଏଥିସହ ,ପି ଏମ୍ ଶ୍ରୀ ଅଧୀନରେ ଚାଲିଥିବା ବିଦ୍ୟାଳୟରେ କାର୍ଯ୍ୟକଳାପର ବିବରଣୀ ଶ୍ରୀ ନିରଞ୍ଜନ ସାହୁ ଉପସ୍ଥାପନ କରିଥିଲେ।
ଶେଷରେ ମାନ୍ୟବର ସାଂସଦ ସେଠାରେ ଉପସ୍ଥିତ ଥିବା ସ୍କାଉଟ୍ମାନଙ୍କୁ ପ୍ରେରଣା ଦେଇଥିଲେ। ଏହିପରି ଭାବରେ ସ୍କାଉଟ୍ କ୍ୟାମ୍ପଫାୟାରର କାର୍ଯ୍ୟକ୍ରମ, ସ୍କାଉଟିଙ୍ଗର ତୃତୀୟ ସୋପାନ ସଫଳତାର ସହିତ ସମାପ୍ତ ହେଲା |
ବ୍ୟୁରୋ ରିପୋର୍ଟ AKN NEWS


