ମୁଣ୍ଡ ପରାଶର ପରିବାର ଭବାନୀପାଟଣା ପ୍ରାନ୍ତର ନୂଆଖାଇ ଭେଟଘାଟ

ଭବାନୀପାଟଣା,୧୭/୯(AKN NEWS): ଭବାନୀପାଟଣା ପ୍ରାନ୍ତର ମୁଣ୍ଡ ପରାଶର ପରିବାର ନୂଆଖାଇ ଭେଟଘାଟ ଉତ୍ସବ ୨୦୨୪ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାରଠାରେ ପାଳିତ ହୋଇଯାଇଛି। ଏଥିରେ ଭବାନୀପାଟଣା ପ୍ରାନ୍ତର ସମସ୍ତ ସଦସ୍ଯ ସଦସ୍ୟା, ଜିଲ୍ଲା କର୍ମକର୍ତ୍ତା, ପ୍ରାନ୍ତୀୟ ମହିଳା କମିଟି, ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ଓ ଜିଲ୍ଲାର ବିଭିନ୍ନ ପ୍ରାନ୍ତର କର୍ମକର୍ତ୍ତା ଅତିଥି ରୂପେ ଯୋଗଦାନ କରିଥିଲେ। ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ମହର୍ଷି ପରାଶରଙ୍କ ପୂଜାର୍ଚ୍ଚନା ସହ ମାଁ ମାଣିକେଶ୍ଵରୀ ଓ ମୁଣ୍ଡ ପରାଶର ପରିବାରର ଇଷ୍ଟଦେବଙ୍କ ପାଖରେ ପରିବାରର ବୟୋଜ୍ୟେଷ୍ଠ ଡା. ଅଶୋକ କୁମାର ମୁଣ୍ଡ, ସୁରେଶଚନ୍ଦ୍ର ମୁଣ୍ଡ, ଦୀନବନ୍ଧୁ ମୁଣ୍ଡ, ନଳିନୀ ରଞ୍ଜନ ମୁଣ୍ଡ, ତ୍ରିନାଥ ମୁଣ୍ଡ, ସନ୍ତୋଷ କୁମାର ମୁଣ୍ଡ, ମଳୟ କୁମାର ମୁଣ୍ଡ, ଆଦିତ୍ୟ ପ୍ରସାଦ ମୁଣ୍ଡ, ସନତ କୁମାର ମୁଣ୍ଡଙ୍କ ସହ ପ୍ରାନ୍ତୀୟ କମିଟି କର୍ମକର୍ତ୍ତା ଦୀପ ପ୍ରଜ୍ବଳନ କରି ଆଶୀର୍ବାଦ କାମନା କରିଥିଲେ। କମିଟିର ସଂଯୋଜକ ଜଗନ୍ନାଥ ମୁଣ୍ଡଙ୍କ ମନ୍ତ୍ର ଧ୍ବନିରେ ପରିବେଶ ଭକ୍ତି ରସରେ ମୁଖରିତ ହୋଇ ଉଠିଥିଲା। ମଞ୍ଚ ପରିଚାଳନା କରି ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରି ପରମେଶ୍ବର ମୁଣ୍ଡ। ପ୍ରାରମ୍ଭିକ ଅଭିଭାଷଣ ପ୍ରାନ୍ତୀୟ କମିଟି ସଭାପତି ମଳୟ କୁମାର ମୁଣ୍ଡ ଓ ଦୀନବନ୍ଧୁ ମୁଣ୍ଡ ପ୍ରଦାନ କରିଥିଲେ। ପରେ ଉପସ୍ଥିତ ସମସ୍ତ ପରିବାର ମୁଖ୍ଯ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ। ପରିଚୟ ପ୍ରଦାନ ସରିଲା ପରେ ହୁଳହୁଳି, ଶଙ୍ଖ ବାଦନ, ଗୀତା ଶ୍ଳୋକ ଆବୃତି, ମ୍ୟୁଜିକ ଚେୟାର ଓ ଡ୍ୟାନ୍ସ ପ୍ରତିଯୋଗିତା କରାଯାଇଥିଲା। ମୁଣ୍ଡ ପରାଶର ପରିବାରରେ ଥିବା ସ୍ବତନ୍ତ୍ର ପ୍ରତିଭାର ଅଧିକାରୀ ବ୍ଯକ୍ତିବିଶେଷ ନିଜ ନିଜ ପ୍ରତିଭା ମଞ୍ଚକୁ ଆସି ପରିବେଷଣ କରିଥିଲେ।
ମହିଳା କମିଟି ନେତ୍ରୀ ସ୍ନେହଲତା ମୁଣ୍ଡ ମହର୍ଷି ପରାଶରଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ନିଜ ବକ୍ତବ୍ଯରେ ସମସ୍ତଙ୍କୁ ଅବଗତ କରିଥିଲେ। ସଭା ପରେ ପ୍ରତିଯୋଗିତା ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସର୍ବଶେଷରେ ସୁରେଶ ଚନ୍ଦ୍ର ମୁଣ୍ଡ ଓ ମଳୟ କୁମାର ମୁଣ୍ଡ ଆଗାମୀ ଦିନଗୁଡ଼ିକରେ ମହର୍ଷି ପରାଶରଙ୍କ ଜନ୍ମଦିନ ପାଳନ ଓ ସାମୁହିକ ନୂଆଖାଇ ଏବଂ ବଣଭୋଜି ପାଳନ ବିଷୟରେ ମତପ୍ରକାଶ କରିଥିଲେ। ପ୍ରାନ୍ତୀୟ କମିଟି ସଂପାଦକ ସୁଧିର ରଞ୍ଜନ ମୁଣ୍ଡ, ଅନ୍ୟ ବରିଷ୍ଠ କର୍ମକର୍ତ୍ତା ହରିଶ୍ଚନ୍ଦ୍ର ମୁଣ୍ଡ, ସୁଢ଼ଳଦେବ ମୁଣ୍ଡ, ଜିତେନ୍ଦ୍ର କୁମାର ମୁଣ୍ଡ, ଡା. ଚିତ୍ତ ରଞ୍ଜନ ମୁଣ୍ଡ, ବ୍ରଜସୁନ୍ଦର ମୁଣ୍ଡ, ସମରେନ୍ଦ୍ର ମୁଣ୍ଡ, ବିକ୍ରମ ମୁଣ୍ଡ, ଅଶୋକ କୁମାର ମୁଣ୍ଡ, ଦୁଷ୍ମନ୍ତ କୁମାର ମୁଣ୍ଡ , ମନୋଜ କୁମାର ମୁଣ୍ଡ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଥିଲେ।
ହେମରାଜ ମୁଣ୍ଡ, ବଣ୍ଟି ମୁଣ୍ଡ, ପିଙ୍କୁ ମୁଣ୍ଡ, ସୁଶାନ୍ତ କୁମାର ମୁଣ୍ଡ ସମସ୍ତେ କାର୍ଯ୍ୟକ୍ରମରେ ସହଯୋଗ କରି ଗୁରୁଦାୟିତ୍ୱ ନିଭାଇଥିଲେ। ପ୍ରାନ୍ତୀୟ କମିଟି ତରଫରୁ ସଂଯୋଜକ ଜଗନ୍ନାଥ ମୁଣ୍ଡ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଭବାନୀପାଟଣା ପ୍ରାନ୍ତରେ ରହୁଥିବା ପ୍ରାୟ ୧୫୦ ପରିବାରର ୩୫୦ ଜଣ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ l
ବ୍ୟୁରୋ ରିପୋର୍ଟ AKN NEWS


