ଓଡିଶା ଖବର

ଜିଲ୍ଲାସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ, ଖୋର୍ଦ୍ଧା 

ଭୁବନେଶ୍ୱର /ଖୋର୍ଦ୍ଧା(AKN NEWS): ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଜିଲ୍ଲା ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନ ସିଂହ ଯୋଗ ଦେଇ ପିଲାମାନଙ୍କର ଶୈକ୍ଷିକ ଦିଗ ରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସୂଚାରୁ ରୂପେ କିପରି କାର୍ଯ୍ୟକାରୀ କରାଯାଇ ପାରିବ ସେ ଦିଗ ରେ ଦୃଷ୍ଟି ଦେବା ପାଇଁ ବାର୍ତ୍ତା ପ୍ରଦାନ କରି ଥିଲେ । ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଉପସ୍ଥିତ ରହି ପ୍ରାଥମିକ ସ୍ତରରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଅଭିଭାଷଣ ରଖି ଥିଲେ । ଜିଲ୍ଲାପାଳ ଶ୍ରୀ ରାଣା ନିପୁଣ ଓଡ଼ିଶା କାର୍ଯ୍ୟକ୍ରମକୁ ସରକାରଙ୍କର ଏକ ସୁଚିନ୍ତିତ ପଦକ୍ଷେପ କହିବା ସହିତ ବିଦ୍ୟାଳୟ ସ୍ତରରେ ଏହାକୁ ସୁଦୃଢ଼ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ର ସଦସ୍ୟାଙ୍କୁ ନିୟମିତ ଭାବେ ବିଦ୍ୟାଳୟ ପ୍ରତ୍ୟକ୍ଷ ପରିଦର୍ଶନ କରି ଶ୍ରେଣୀ ଗୃହ ରେ ହସ ଖେଳ ମାଧ୍ୟମ ରେ ଶିକ୍ଷାର୍ଥୀମାନଙ୍କ ସହ ବାର୍ତ୍ତାଳାପ କରିବା ପରାମର୍ଶ ଦେଇଥିଲେ। ପୁନଶ୍ଚ ସେ ନିଜର ବାର୍ତ୍ତା ରେ କହିଥିଲେ କି ଅଭିଭାବକ ମାନେ ମୋବାଇଲ୍ ଠାରୁ ଦୂରରେ ରହି ପିଲାମାନଙ୍କର ଆଦ୍ୟ ଶୈଶବ ଶିକ୍ଷା କୁ ଗୁରୁତ୍ଵ ଦେଇ ଶିକ୍ଷଣ ର ସର୍ବନିମ୍ନ ସ୍ତର ହାସଲ ରେ ସହାୟକ ହେବେ। ସମାରୋହ ର ଆରମ୍ଭରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ୱନାଥ ତରାଇ ସ୍ବାଗତ ଅଭିଭାଷଣ ଦେଇଥିଲେ ଓ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲାପାଳ ନିପୁଣ ଓଡ଼ିଶା ଲୋଗୋ ବାର୍ତ୍ତା ଓ ନିପୁଣ ସଂଗୀତ କୁ ଉନ୍ମୋଚନ କରିଥିଲେ।ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଡଃ ତାପସ କୁମାର ନାୟକ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଉପସ୍ଥାପନ କରିବା ସହିତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ର ତିନୋଟି ବିକଶାତ୍ମକ ଲକ୍ଷ୍ୟ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାର୍ଥୀ ହାସଲ କରିବା ଦିଗରେ ଶିକ୍ଷକ, ଶିକ୍ଷାର୍ଥୀ, ଅଭିଭାବକ ତଥା ସାମାଜିକ ବ୍ୟକ୍ତି ବିଶେଷଙ୍କ ମିଳିତ ପ୍ରୟାସ ରେ ସମ୍ଭବ ହୋଇପାରିବ ବୋଲି ମତ ଦେଇଥିଲେ ।

ଜିଲ୍ଲାସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବା ପାଇଁ ଜିଲ୍ଲା ର ସମସ୍ତ ଅଧିକାରୀ ତଥା ଶିକ୍ଷା ବିଭାଗ ର ସମସ୍ତ କର୍ମକର୍ତ୍ତା ଏବଂ ପଞ୍ଚାୟତିରାଜ ସଭ୍ୟଙ୍କର ସାମୂହିକ ଉଦ୍ୟମ ର ଆବଶ୍ୟକତା ରହିଛି । ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରିଆ ଯୋଗ ଦେଇଥିଲେ। ଏହି ସଭା ରେ ଜିଲ୍ଲା ର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ , ସି. ଆର. ସି.ସି , ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଏନ୍. ଜି.ଓ ର ସଭ୍ୟ ଉପସ୍ଥିତ ଥିଲେ।

ପରିଶେଷରେ ସହ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଅମ୍ରିତା ପ୍ରିତିନନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!