ଓଡିଶା ଖବର

ସ୍ୱଭାବ କଵି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳିତ 

କୁଚିଣ୍ଡା :19/9(AKN NEWS): କୁଚିଣ୍ଡା ବ୍ଲକ ଚନ୍ଦିନୀମାଲ ସ୍ଥିତ ହୀରାଧର ଯୁବକ ସଙ୍ଘ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କମଳ ଲୋଚନ ବେହେରାଙ୍କ ସଭାପତିତ୍ୱ ରେ ସ୍ୱଭାବ ଓ ପ୍ରକୃତି କବି ଗଙ୍ଗାଧର ମେହେର ଙ୍କ ଶ୍ରାଦ୍ଧ ଶତବର୍ଷିକୀ ପାଳିତ ହୋଇ ଯାଇଛି।ଏହି ଉତ୍ସବରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଯୋଗ ଦେଇ ମେହେର କବିଙ୍କୁ ଶ୍ରଦ୍ଧା ସୁମନ ଜଣାଇଥିଲେ। ମୁଖ୍ୟ ବକ୍ତା ଭାବର ଯୋଗ ଦେଇ ବିଶିଷ୍ଟ ସମାଜସେବୀ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ସ୍ୱଭାବ କବିଙ୍କ ଜୀବନ ଦର୍ଶନ ଓ ସାହିତ୍ୟ ଭାବ ଭିତରେ ବିରୋଧା ଭାସ ନ ଥିବା ବିଭିନ୍ନ ଉଦାହରଣ ଦେଇ ପ୍ରତି ପାଦନ କରିଥିଲେ। ସମ୍ମାନିତ ଅତିଥି ଭାବରେ ପାରୁଆଭାଡି ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟେଲ, ସ୍କୁଲ ପରିଚାଳନା କମିଟି ସଭାପତି ଉସତ ପଟେଲ ଓ ଗଗନ ଶର୍ମା କବିଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପ୍ରକୃତି ବନ୍ଧୁ ସୁଗତ ପଟେଲ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀ ନାୟକ ଙ୍କୁ ତାଙ୍କ ସାହିତ୍ୟ ସାଧନା ଓ ପରିବେଶ ସଂରକ୍ଷଣ ପାଇଁ ସମ୍ମାନିତ କର ଯାଇଥିଲା । ମାନପତ୍ର ଟିକୁ ସଂସ୍କୃତ ଶିକ୍ଷକ ବିଭୁତି ପଟେଲ ପାଠ କରିଥିଲେ। ଅତିଥି ଗଣ ପ୍ରାରମ୍ଭରେ ସ୍ଵଭାବକବି ଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରଶତିଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ।ପ୍ରାରମ୍ଭ ରେ ଛାତ୍ରୀ ଗଣ ସ୍ୱାଗତ ସଂଗୀତ ଗାନ କରି ଥିବା ବେଳେ ଶେଷରେ ସମସ୍ତ ଅତିଥି ଓ ଛାତ୍ର, ଛାତ୍ରୀ ମେହେର କବିଙ୍କ ସଂଗୀତକୁ ବୃନ୍ଦ ଗାନ କରି କବିଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ଉତ୍ସବରେ କବୀ ଦୀପ୍ତି ମଞ୍ଜରୀ ପଟେଲ ଓ ସାମାଜିକ କର୍ମୀ ବିଜୁ ସାହୁ ମଂଚାସୀନ ଥିବାବେଳେ ବହୁ ସଂଖ୍ୟାରେ ଗ୍ରାମବାସୀ ମଧ୍ୟ ଯୋଗ ଦେଇ କବିଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଶିକ୍ଷକ ବିଭୁତି ପଟେଲ ଧନ୍ୟବାଦ ପ୍ରଦାନ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!