ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ତରଫରୁ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ୨୦୨୪ ପାଳନ

(AKN NEWS): ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ତରଫରୁ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ୨୦୨୪ ପାଳନ କରାଯାଇଛି l ଏହି ଉପଲକ୍ଷେ ଜିଲ୍ଲା ଅତିରିକ୍ତ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିନୋଦ ବିହାରୀ ରଥ ନରାପଦ ଗର୍ଭପାତ ଦିବସ ପାଳନର ଆଭିମୁଖ୍ୟ ବିଷୟରେ ବିଶଦ ଆଲୋଚନା କରିଥିଲେ l ଏବଂ କହିଥିଲେ ଡାକ୍ତରଙ୍କ ପରାମର୍ଶରେ ଓ ଅନୁମୋଦିତ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଗର୍ଭଧାରଣର ୨୪ ସପ୍ତାହ ମଧ୍ୟରେ କେବଳ ଗର୍ଭପାତ କରିବା ନିରାପଦ | ସ୍ତ୍ରୀ ଓ ପ୍ରସୂତି ବିଭାଗ ଡ଼ାକ୍ତର ବାସୁଦେବ ମହାପାତ୍ର ସଂଶୋଧିତ ଏମ.ଟି.ପି ଅଧିନିୟମ ସମନ୍ଧରେ ଅନେକ ତଥ୍ୟ ଉପସ୍ଥାପନ କରିଥିଲେ l ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଶ୍ରୀ ଶୁଭେନ୍ଦୁ ବିକାଶ ପଟ୍ଟନାୟକ ମଧ୍ୟ ସରକାରୀ ଡାକ୍ତରଖାନାରେ ନିରାପଦରେ ଗର୍ଭପାତ କରିବା ସହିତ, ଡାକ୍ତରଖାନାରେ ମିଳୁଥିବା ସୁବିଧା ସୁଯୋଗ ବିଷୟ ମଧ୍ୟ ଅବଗତ କରାଇଥିଲେ ।ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକୁ ସୁଚାରୁରୂପେ ପରିଚାଳନା କରିଥିଲେ l
ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS
